Home ଓଡ଼ିଶା ନୟାଗଡ ଏସ୍ ପି ସିଦ୍ଧାନ୍ତ କଟାରିଆ ଙ୍କ ନିର୍ଦେଶ ରେ ସନ୍ତୋଷ ମିଶ୍ର ହତ୍ୟାକାଣ୍ଡର ପୁଣି...

ନୟାଗଡ ଏସ୍ ପି ସିଦ୍ଧାନ୍ତ କଟାରିଆ ଙ୍କ ନିର୍ଦେଶ ରେ ସନ୍ତୋଷ ମିଶ୍ର ହତ୍ୟାକାଣ୍ଡର ପୁଣି ତଦନ୍ତ ଆରମ୍ଭ

37

ନୟାଗଡ/୧୦/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଚାନ୍ଦପୁର ଥାନା ରାଇପଡା ଠାରେ ଥିବା ଅମୃତ ଡାଇରି ଫାର୍ମର ଇଞ୍ଜିନିୟର ସନ୍ତୋଷ କୁମାର ମିଶ୍ର ଙ୍କ ହତ୍ୟା କାଣ୍ଡ ର ପୁର୍ନବାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି । ୨୦୧୭ ମସିହା ନଭେମ୍ବର ୧୬ ତାରିଖରେ ଅମୃତ ଡାଇରି ଫାର୍ମରେ କାର୍ଯ୍ୟରତ ଇଞ୍ଜିନିୟର ସନ୍ତୋଷ କୁମାର ମିଶ୍ରଙ୍କର ମୃତ ଦେହ ଅମୃତ ଡାଇରି ଫାର୍ମ ପରିସର ରେ ଥିବା ପୁଷ୍କରିଣୀ ରୁ ମିଳିଥିଲା । ସେତେବେଳେ ରାଇପଡା ଅଂଚଳ ରଣପୁର ଥାନା ପରିସର ରେ ଥିଲା । ତତ୍‌କାଳୀନ ରଣପୁର ଥାନା ଇନିସ୍ପେକ୍ଟର ଗିରିଜା ଶଙ୍କର ରଥ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ପଞ୍ଚନାମ କରାଇଥିଲେ । ଏହାକୁ ଏକ ହତ୍ୟା କାଣ୍ଡ ବୋଲି ଦାବୀ କରି ଆମ୍ବଝର ଗ୍ରାମର ମୃତ ଇଞ୍ଜିନିୟର ସନ୍ତୋଷ କୁମାର ମିଶ୍ର ଙ୍କର ବାପା ରମେଶ ଚନ୍ଦ୍ର ମିଶ୍ର ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ଏକ ହତ୍ୟାକାଣ୍ଡ ବୋଲି ତଦନ୍ତ ଜୋର କରିବା ପାଇଁ ଗ୍ରାମବାସୀ ମାନେ ମୃତ ସନ୍ତୋଷ ମିଶ୍ର ଙ୍କର ଶବ ଥୋଇ ରଣପୁର ରାଜ ରାସ୍ତା ଅବରୋଧ କରିଥିଲେ ।

ସେତେବେଳେ ପୋଲିସ ପ୍ରଶାସନ ସନ୍ତୋଷ ମିଶ୍ରଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ତଦନ୍ତ ଆଗୁକୁ ବଢିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଶବ ବ୍ୟବଛେଦ ରିପୋର୍ଟ ରେ ମୃତ୍ୟୁ ର କାରଣ ପାଣିରେ ବୁଡିକି ମରିବା ଆସିଥିବାରୁ ପୋଲିସର ତଦନ୍ତ ଶୀଥିଳ ହୋଇଯାଇଥିଲା । ମୃତକ ସନ୍ତୋଷଙ୍କ ପିତା ରମେଶ ଚନ୍ଦ୍ର ମିଶ୍ର ନୟାଗଡ ର ବର୍ତ୍ତମାନର ଆରକ୍ଷୀ ଅଧିକ୍ଷକ ସିଦ୍ଧାନ୍ତ କଟାରିଆ ଙ୍କ ନିକଟରେ ପହଂଚି ତଦନ୍ତ କୁ ତ୍ୱରାନିତ କରିବାକୁ ଅନୁରୋଧ କରିଥିଲେ । ତେଣୁ ନୟାଗଡ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଚାନ୍ଦପୁର ଥାନା ଇନିିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଅମୃତ ଡାଇରି ଫାର୍ମର ଘଟଣା ସ୍ଥଳ ଦେଖି ତଦନ୍ତ କୁ ଆଗକୁ ବଢାଇଥିବା ଜଣାପଡିଛି । ଏ ସର୍ମ୍ପକେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଂଚି  ଅଭିଯୋଗକାରୀ ରମେଶ ଚନ୍ଦ୍ର ମିଶ୍ରଙ୍କୁ ଡକାଇ ତାଙ୍କ ଉପସ୍ଥିତି ରେ ପୁର୍ନବାର ତଦନ୍ତ ଆରମ୍ଭ କରାଯାଇଅଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ । ଏହି ରାଇପଡା ଫାର୍ମ ଅଂଚଳ ପୂର୍ବରୁ ରଣପୁର ଥାନା ଅଧିନରେ ଥିଲା । ଏବେ ଚାନ୍ଦପୁର ଥାନା ଅଧିନରେ ରହିଅଛି । ଚାନ୍ଦପୁର ଥାନା ରେ ଜଣେ ଦକ୍ଷ ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଥିବାରୁ ମୃତକଙ୍କ ପରିବାର ଉଚିତ୍ ନ୍ୟାୟ ପାଇବ ବୋଲି ଆଶା ପୋଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.