Home ଓଡ଼ିଶା ନୂଆପଡା- କୋନାବିରାରେ ହାତୀ ଆତଙ୍କ, ବିଦ୍ୟୁତ କାଟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ

ନୂଆପଡା- କୋନାବିରାରେ ହାତୀ ଆତଙ୍କ, ବିଦ୍ୟୁତ କାଟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ

362

ନୂଆପଡା-୭/୫-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ଗତ ତିନି ଦିନ ହେଲା କୋମନା ବ୍ଲକର ପେଣ୍ଡାବନ, ବିଲେଇଅଞ୍ଜର ଓ କୋନାବିରା ଅଞ୍ଚଳକୁ ୩୦ ଟି ଜଙ୍ଗଲୀ ହାତୀ ଚାଲି ଆସିଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଗତକାଲି ଠାରୁ ବର୍ତମାନ ପର୍ଯ୍ୟନ୍ତ କୋନାବିରା ଗାଁ ମୁଣ୍ଡରେ ଥିବା ଡ୍ୟାମ ନିକଟରେ ଡେରା ବାନ୍ଧି ଥିବାରୁ ଲୋକଙ୍କ ଯାତାୟାତ କରିବାରେ ବିଶେଷ ମାତ୍ରାରେ ବାଧାପ୍ରାପ୍ତ ହୋଇଛି।

ବନ ବିଭାଗ ହାତୀ ଘଉଡଉ ଥିବାର ପ୍ରୟାସ କରୁଥିବା ବେଳେ, ବିଦ୍ୟୁତ ବିଭାଗ ତିନି ଦିନ ହେଲା ସେ ଅଞ୍ଚଳରେ ବିଦ୍ୟୁତ କାଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏଣୁ ବର୍ତମାନର ପ୍ରବଳ ଗୁଲୁଗୁଲିରେ ଲୋକେ କିଭଲି ଆଶ୍ବସ୍ତି ହେବେ, ତାହା ବିଦ୍ୟୁତ ବିଭାଗର ଅଧିକାରୀ ତୁରନ୍ତ ଦୃଷ୍ଟି ଦେବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.