Home ଓଡ଼ିଶା ନାବାଳକ  ସୁମନ ହତ୍ୟା କାଣ୍ଡର ଅଭିଯୁକ୍ତ ସୋମନାଥ  ଜେଲ୍ ଗଲେ

ନାବାଳକ  ସୁମନ ହତ୍ୟା କାଣ୍ଡର ଅଭିଯୁକ୍ତ ସୋମନାଥ  ଜେଲ୍ ଗଲେ

108

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୦୧/୧୦- ନୟାଗଡ ଜିଲ୍ଲା ରଣପୁର ଥାନା ମହତପଲ୍ଲା ଗ୍ରାମରେ ଗତ ୨୬ ତାରିଖ ରାତ୍ରରେ  ନବମ ଶ୍ରେଣୀ ଛାତ୍ର ସୁମନ ବେହେରା (୧୪) କୁ ଅତି ନୃଶସ ଭାବେ ଗଳାକାଟି ପେଟଚିରି ହତ୍ୟା କରାଯାଇଥିଲା । ଯାହାକି ରଣପୁର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ହତ୍ୟା କାଣ୍ଡର ୧୨ ଘଣ୍ଟା ନ ପୁରୁଣୁ ରଣପୁର ଥାନା ଇନିସ୍ପେକ୍ଟର  ଜ୍ୟୋତି ପ୍ରକାଶ ପଣ୍ଡା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଛକରୁ ଅଭିଯୁକ୍ତ ସୋମନାଥ ବେହେରା (୧୯) କୁ ଧରିଥିଲେ । ଅଭିଯୁକ୍ତ ସୋମନାଥ ବେହେରା କୁ ରଣପୁର ଥାନା ରେ ମାମଲା ସର୍ମ୍ପକରେ ପଚରା ଉଚରା ଚାଲିଥିଲା ।

ସୋମନାଥ ବାରମ୍ବାର ତାର ବୟାନ ବଦଳାଇ ଚାଲିଥିଲା । ନିଜର ବୟସ ମଧ୍ୟ ଲୁଚାଉଥିଲା । ସୋମନାଥର ଡାକ୍ତରୀ ପରୀକ୍ଷା ପରେ ସୋମନାଥକୁ ୧୯ ବର୍ଷ ବୋଲି ଜଣାପଡିଥିଲା । ଶେଷରେ ସୋମନାଥ ସୁମନର ମା ଜୟନ୍ତି ବେହେରାକୁ ହତ୍ୟା କରିବା ନିଷ୍ପତି ନେଇ ମା କୁ ହହତ୍ୟା କରି ନପାରିବାରୁ  ପୁଅ ସୁମନକୁ ହତ୍ୟା କରିଥିଲା ବୋଲି ପୋଲିସ ନିକଟରେ ବୟାନ ରଖିଥିଲା । ମାମଲାର ତଦନ୍ତାଧିକାରି ଜ୍ୟୋତି ପ୍ରକାଶ ପଣ୍ଡା ତଦନ୍ତ କରି ହତ୍ୟାରେ ବ୍ୟବହୃତ ହତିଆର କୁ ଜବତ କରିଥିଲେ । ସାଇଟିଫିକ୍ ଟିମ୍ ହତ୍ୟା ରେ ବ୍ୟବହୃତ ହତିଆର ଓ ଘଟଣା ସ୍ତଳରୁ କିଛି ଜବତ ଜିନିଷ ନେଇଥିବା ଜଣାପଡିଛି । ହତ୍ୟା ଅଭିଯୁକ୍ତ ସୋମନାଥ ବେହେରାକୁ କୋର୍ଟ ଚାଲାଣ କରାଯାଇଥିଲା । ସୋମନାଥର କେହି ଓକିଲ ନଥିବାରୁ ଆଇନ୍ ସହାୟତା ପାଇଁ ବରିଷ୍ଠ ଆଡ୍‌ଭୋକେଟ୍ ସୁବାସ ବେହେରା  ଙ୍କୁ ସୋମନାଥଙ୍କ ମାମଲା ଲଢିବା ପାଇଁ ସରକାରଙ୍କ ତରଫରୁ ଦାଇତ୍ୱ  ଦିଆଯାଇଥିବା ଜଣାପଡିଛି । ଅଭୀଯୁକ୍ତ ସୋମନାଥର ଜାମିନ୍ ନାମଂଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.