Home ଓଡ଼ିଶା ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟାଟା ମେଜିକ୍, ୯ ଆହାତ, ୧ ଗୁରୁତର

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟାଟା ମେଜିକ୍, ୯ ଆହାତ, ୧ ଗୁରୁତର

77

ହରିଚନ୍ଦନପୁର,ତା ୧ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଖଡ଼ିବାହାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାରସାମ୍ୟ ହରାଇ ଓଲଟିଲା ଟାଟା ମେଜିକ୍, ୯ଜଣ ଆହାତ ଥିବା ବେଳେ ଜଣେ ଗୁରୁତର । ଖବର ଅନୁଯାୟୀ ନଦିଆ ଜିଲ୍ଲା କାଳିଗଞ୍ଜ ଥାନା ଅଞ୍ଚଳରୁ ଏହି ବଙ୍ଗାଳୀ ମିସ୍ତ୍ରୀ ଦଳ ଗତ କିଛି ଦିନ ହେବ ଶଗଡପଟା ରେଲୱେ ଷ୍ଟେସନ ନିକଟରେ ରେଲୱେ କାର୍ଯ୍ୟ କରୁଥିଲେ । ଏଠାରୁ ଆଜି ଅପରାହ୍ନରେ ଏକ ଟାଟା ମେଜିକ୍ ଯୋଗୋ ଶଗଡପଟା ଠାରୁ ଏହି ଦଳ ଯାଜପୁର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ରାସ୍ତା ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ସୁରମାନ ସେକ୍, ଜାମଲ ମଣ୍ଡଳ, ହାଇଆର ସେକ୍, ଲାଲନ ସେକ୍, ହାବିବୁର ସେକ୍, ଅନାର ମୁଲା, ଚାନ୍ଦୁ ସେକ୍, ସୁରତ ସେକ୍, ଫୁଡିଙ୍ଗ ସେକ୍, ଜାହିର ସେକ୍ ଯାଉଥିଲେ । ସେଥିମଧ୍ୟରୁ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଜାହିର ସେକ୍ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟିବା ଦେଖି ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଦମକଳ ବିଭାଗ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଜାହିରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.