Home ଓଡ଼ିଶା ନଦୀକୁ ବସ ଖସି ୬ ମୃତ,୧୯ ଗୁରୁତର

ନଦୀକୁ ବସ ଖସି ୬ ମୃତ,୧୯ ଗୁରୁତର

538

ମଧ୍ୟପ୍ରଦେଶ,୦୩/୧୦,(ଓଡ଼ିଆ ପୁଅ ପି ନାଏକ):ମଧ୍ୟପ୍ରଦେଶ ରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ତେବେ ଏମପିର ରାଇସନ ଅଞ୍ଚଳରେ ନଦୀକୁ ଏକ ବସ ଖସି ୬ ଜଣଙ୍କ ପ୍ରାଣ ଯାଇଥିବା ବେଳେ ପ୍ରାୟ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବସଟି ରାଇସେନ ରୁ ଛାତରପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ପରେ ଏହି ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କର ସହାୟତାରେ ନଦୀ ଭିତରୁ ମୃତଦେହ ଉଦ୍ଧାର କରାଯିବା ସହ  ଆହତଙ୍କୁ ବସ ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଭାରସାମ୍ୟ ହରାଇ ବସଟି ନଦୀ ଭିତରକୁ ଆସି ଯାଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.