Home ଓଡ଼ିଶା ଧୋଇଲା ବର୍ଷା

ଧୋଇଲା ବର୍ଷା

399

ହିମାଚଳ ପ୍ରଦେଶ,୨୦/୦୮,(ଓଡ଼ିଆ ପୁଅ/ ପି ନାଏକ):ହିମାଚଳ ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ଆକସ୍ମିକ ବନ୍ୟା ଆସି ନଷ୍ଟ ହେଉଛି ବ୍ୟାପକ ଧନ ଜୀବନ। ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ରାଜପଥ ଅବରୋଧ ହୋଇଛି। କେତେକ ସ୍ଥାନରେ ପର୍ଯ୍ୟଟକମାନେ ଫସି ରହିଛନ୍ତି। ଗତ ୩ ଦିନ ମଧ୍ୟରେ ରାଜ୍ୟରେ ୫୭୪ କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର।

ଏପଟେ ଦିଲ୍ଲୀକୁ ବନ୍ୟା ଭୟ। ଉଛୁଳୁଛି ଯମୁନା। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ। ତଳି ଅଞ୍ଚଳରେ ପାଣି ପଶିବା ଆରମ୍ଭ କରିଛି। ଯୁଦ୍ଧାକାଳୀନ ଭିତ୍ତିରେ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ପ୍ରଶାସନ ପକ୍ଷରୁ ୨ ହଜାରରୁ ଅଧିକ ଆଶ୍ରୟ ସ୍ଥଳୀ ଖୋଲା ଯାଇଛି। ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.