ad
ଓଡ଼ିଶା

ଧଳା ଜହର ଜବତ, ୨ ଗିରଫ

କଟକ, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପୁଣି ଜବତ ହେଲା ଧଳାଜହର। ବ୍ରାଉନସୁଗାର କାରବାର ସମୟରେ ଯାଜପୁର ରୋଡ ପୋଲିସ୍ ହାତରେ ଗିରଫ ହୋଇଛନ୍ତି ତିନି ଜଣ ବ୍ରାଉନ ସୁଗାର ବେପାରୀ।

ଗିରଫ ଅଭିଯୁକ୍ତ ମାନେ ଦିଲୀପ ମହାନ୍ତି, ସଞ୍ଜିତ୍ ସିଂ ଓ ବାରିଶ ମୁର୍ମୁ। ସେମାନଙ୍କ ନିକଟରୁ ୯ ଗ୍ରାମର ବ୍ରାଉନ ସୁଗାର ସହ ୨୦୭୦୦ ଟଙ୍କା ଜବତ କରିଛି ପୋଲିସ୍। ବ୍ୟସନଗର ପୌରାଞ୍ଚଳର ନହକା ଛକ ନିକଟରେ ଏହି ବେପାରୀ ମାନେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ସମୟରେ ଖବର ପାଇ ଯାଜପୁର ରୋଡ ପୁଲିସ ଚଢାଉ କରିଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top