Home କନ୍ଧମାଳ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ନଗର ଓ ବ୍ଳକ ବିଜେଡିର ଅଭିନନ୍ଦନ

ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ନଗର ଓ ବ୍ଳକ ବିଜେଡିର ଅଭିନନ୍ଦନ

38

ବାଲିଗୁଡା, ୨୦/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନାର ସୁପରିଚାଳନା ଓ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକୁ ସଫଳତାର ସହ କାର୍ୟ୍ୟକାରୀ କରିଥିବାରୁ ସର୍ଭେ ଅନୁସାରେ ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୟନ ହୋଇଥିବାରୁ ଆଜି ଜି.ଉଦୟଗିରି ନଗର ଓ ବ୍ଳକ ବିଜେଡି ତରଫରୁ ନବୀନ ବାବୁଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା। ଜି.ଉଦୟଗିରିର ପୂର୍ବତନ ଏନଏସି ଅଧ୍ୟକ୍ଷ ପି.ସଞ୍ଜୀବ କୁମାର ପାତ୍ର, ବ୍ଳକ ସଭାପତି ସିମାଞ୍ଚଳ ନାୟକ, ଆମୋଦ ଚନ୍ଦ୍ର ନାୟକ, ଅନିଲ କୁମାର ଦଳବେହେରା, ଦେବନାଥ ଦଳବେହେରା, ରମେଶ ଚନ୍ଦ୍ର ବେହେରା, କୁନିମା ପ୍ରଧାନ, ଶଙ୍କର ସେଠୀ, ନବୀନ ଚନ୍ଦ୍ର ନାୟକ ପ୍ରମୁଖ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗାନ୍ଧୀ ଛକଠାରେ ବାଣ ଫୁଟାଇବା ସହ ବିଜେଡି ସମର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.