Home ଓଡ଼ିଶା ସମ୍ବଲପୁରରେ ଚଳଚ୍ଚିତ୍ର ନିର୍ମାଣ ଓ ସମ୍ପାଦନା ଉପରେ କର୍ମଶାଳା

ସମ୍ବଲପୁରରେ ଚଳଚ୍ଚିତ୍ର ନିର୍ମାଣ ଓ ସମ୍ପାଦନା ଉପରେ କର୍ମଶାଳା

21

ସମ୍ବଲପୁର,୨୦/୦୧(ଓଡ଼ିଆ ପୁଅ/ସରୋଜ ସାହୁ): ସ୍ଥାନୀୟ ସାଂସ୍କୃତିକ ସମାଜର ସ୍ଵାଧୀନତା ସଂଗ୍ରାମୀ ହଲ ଠାରେ ତ୍ରିଦିବସୀୟ ଚଳଚ୍ଚିତ୍ର ପ୍ରସ୍ତୁତି ଓ ରୂପେଲୀ ପରଦାରେ ଅଭିନୟ ସମ୍ପର୍କୀତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଶ୍ରୀହର୍ଷ ପୁରୋହିତ ତରୁଣ ପୀଢ଼ିର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶ୍ରୀହର୍ଷ ପୁରୋହିତ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଓ ବ୍ୟବସାୟିକ ବିଜ୍ଞାପନ ବାବଦରେ ନିଦ୍ଦେର୍ଶକ ଓ ସିନେମାଟୋଗ୍ରାଫର ଦାୟିତ୍ବ ନିର୍ବାହ କରିଛନ୍ତି। ତର୍ପଣ କୁମାର ପ୍ରଧାନଙ୍କ ସଂଯୋଜନାରେ ହେଉଥିବା ଏହି କର୍ମଶାଳାରେ ସମ୍ବଲପୁର ଆଖପାଖର ବହୁ କଳାକାର ବିଶେଷକରି କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଚଳଚ୍ଚିତ୍ର ନିର୍ଦ୍ଦେଶନା, ସମ୍ପାଦନା ଓ ଚଳଚ୍ଚିତ୍ରରେ ଅଭିନୟ କଳା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଉଦ୍‌ଯାପନୀ ସମାରୋହରେ ନିର୍ଦ୍ଦେଶକ ଲିଟୁ ମହାନ୍ତି ଏବଂ ବ୍ରଜେନ୍ଦ୍ର ନାୟକ, ଯୁବନେତା କିଶୋର ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ବାବୁ, କଳାକାର ପୂର୍ଣ୍ଣଚନ୍ଦ୍ର ବଢ଼େଇ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ ସହ ଚଳଚ୍ଚିତ୍ରରେ ସମ୍ବଲପୁରର ଭବିଷ୍ୟତ ପାଇଁ ଉଦ୍‌ବୋଧନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.