Home ଓଡ଼ିଶା ଦୁଇ ଦିନ ପରେ ଆଜି ପୁଣି ହେବ ଉଚ୍ଛେଦ ପ୍ରକ୍ରିୟା

ଦୁଇ ଦିନ ପରେ ଆଜି ପୁଣି ହେବ ଉଚ୍ଛେଦ ପ୍ରକ୍ରିୟା

143

ପୁରୀ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ପୁରୀରେ ଆରମ୍ଭ ହେବ ଶ୍ରୀମନ୍ଦିର ଚତୁପାର୍ଶ୍ୱର ୭୫ ମିଟର ଉଚ୍ଛେଦ କାମ । ପ୍ରଥମେ ବଡ ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ଏହା ପରେ ସାନ ଛତା ମଠର ମଧ୍ୟ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି । ତେବେ ଏହି ମଠରୁ ଉଚ୍ଛେଦ ହୋଇଥିବା ୮୧ ଜଣ ଦୋକାନୀଙ୍କୁ ସଂପୂର୍ଣ୍ଣ ଭାବେ ଥଇଥାନ କରାଯିବ । ସେପଟେ ଶ୍ରୀମନ୍ଦିର ମେଘନାଦ ପାଚେରୀର ୭୫ ମିଟରରେ ଉଚ୍ଛେଦ ନେଇ ଦିନେ ଦୁଇ ଦିନ ମଧ୍ୟରେ ସର୍ଭେ ହେବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ୭୫ ମିଟର ପରିସୀମା ବାହାରେ କୌଣସି ଉଚ୍ଛେଦ କାମ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.