Home ଓଡ଼ିଶା ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

148

ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । କୃଷି ଭିତ୍ତିକ ଏହି ପର୍ବକୁ ପଶ୍ଚିମ ଓଡ଼ିଶାରେ ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତେ ବେଶ୍‌ ଆଡମ୍ବରରେ ପାଳନ କରିଥାନ୍ତି । ସକାଳ ୧୦ଟା ୫ ମିନିଟରୁ ୧୦ଟା ୨୦ ମଧ୍ୟରେ ମା’ ସମଲେଇଙ୍କଠାରେ ରୀତିନୀତି ଅନୁସାରେ ନବାନ୍ନ ଲାଗି କରାଯିବ । ଏହା ପରେ ଘରର ମୁରବୀ ନୂଆ ଲୁଗା ପିନ୍ଧି ପୂଜାର୍ଚ୍ଚନା କରିବା ପରେ ଇଷ୍ଟଦେବୀଙ୍କୁ ଭୋଗ ଅର୍ପଣ କରିଥାନ୍ତି । ପରେ ସପରିବାର ଏକଠି ବସି ଭୋଜନ କରିଥାନ୍ତି । ନୂଆଁଖାଇ ସରିବା ପରେ ଜୁହାର ଭେଟ୍‌ ହେବ । ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.