Home ଓଡ଼ିଶା ଦୁଇ ଦିନ ପରେ ଆଜି ଖୋଲିଲା ହୀରାକୁଦର ଆଉ ୩ଟି ଗେଟ

ଦୁଇ ଦିନ ପରେ ଆଜି ଖୋଲିଲା ହୀରାକୁଦର ଆଉ ୩ଟି ଗେଟ

133

ସମ୍ବଲପୁର,୧୩/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ପୁଣି ଖୋଲିଲା ହୀରାକୁଦର ଜଳଭଣ୍ଡାରର ୩ଟି ଗେଟ । ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୁଣି ୩ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ୨ଦିନ ପୂର୍ବରୁ ୨୦ଟି ଗେଟ ଖୋଲାଯାଇଥିଲା । ପରେ  ଜଳସ୍ତର ହ୍ରାସ ପାଇଥିବାରୁ  ୧୫ ଟି ଗେଟ ବନ୍ଦ ହୋଇଥିଲା । ତେବେ ପୁଣି ଜଣ ଭଣ୍ତାର ଜଳସ୍ତର ବୃଦ୍ଧିପାଇଥିବାରୁ ଆଜି ସକାଳ ୭ ଟା ରେ ୩ଟି ଗେଟ ଖୋଲାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୨୭.୮୫ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ୨ଲକ୍ଷ ୧୬ ହଜାର ୨୩୮ କ୍ୟୁସେକ ପାଣି ପ୍ରଵେଶ କରୁଛି । ବର୍ତ୍ତମାନ ୮ ଟି ଗେଟ ଦେଇ ୨ ଲକ୍ଷ ରୁ ଉଦ୍ଧ ଜଳ ନିଷ୍କାସିତ ହେଉଛି । ତେବେ ଜଳ ଭଣ୍ତାର ଜଳ ସ୍ତର ବୃଦ୍ଧି ପାଉଥିବାରୁ ପର୍ଯ୍ୟୟ କ୍ରମେ ପୁଣି ଗେଟ ଖୋଲ ଯିବା ଡ୍ୟାମ କର୍ତ୍ତୁପକ୍ଷ ସୂଚନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.