Home ଓଡ଼ିଶା ଦୁଇଟି ଜାତୀୟ କରଣ ବ୍ୟାଙ୍କରେ ଶ୍ରୀମନ୍ଦିରର କର୍ପସ ଫଣ୍ଡ ଟଙ୍କା ରଖାଯିବ

ଦୁଇଟି ଜାତୀୟ କରଣ ବ୍ୟାଙ୍କରେ ଶ୍ରୀମନ୍ଦିରର କର୍ପସ ଫଣ୍ଡ ଟଙ୍କା ରଖାଯିବ

28

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର କର୍ପସ ଫଣ୍ଡ ବୃଦ୍ଧି ପ୍ରସଙ୍ଗ, ଜମି ବିକ୍ରି ଓ ବିଭିନ୍ନ ସୂତ୍ରରୁ ଆସିଥିବା ଶ୍ରୀମନ୍ଦିରର ଆୟ ଅର୍ଥ ଫିକ୍ସ ଡ଼ିପୋଜିଟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଗ୍ରହଣ କରିଛି। ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗନେବା ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ, ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଏହି ପ୍ରକ୍ରିୟାରେ ଭାଗ ନେଇଥିଲେ। ତେବେ, ସର୍ବାଧିକ ରେଟ ଅଫ ଇଣ୍ଟରେଷ୍ଟ ୫.୨୫ ପ୍ରତିଶତରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟୁନିଅନ ବ୍ୟାଙ୍କ କୋଟେସନ ଦେଇଥିଲେ। ଏହି କୋଟେସନକୁ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର କର୍ପସ ଫଣ୍ଡର ପ୍ରାୟ ୧୨ କୋଟି ଟଙ୍କାକୁ ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ସମାନ ଭାବେ ଭାଗ କରି ରଖାଯିବ। ପୂର୍ବରୁ, ୨୫୯ କୋଟି ଟଙ୍କା ମଧ୍ୟ ଦୁଇ ଭାଗ କରି ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାରେ ଫିକ୍ସ ଡ଼ିପୋଜିଟ ରଖାଯାଇଥିଲା ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.