Home ଓଡ଼ିଶା ଦାଉ ସାଧିଲା ବର୍ଷା

ଦାଉ ସାଧିଲା ବର୍ଷା

106

ବାଙ୍କୀ,୧୩/୦୯,(ଓଡ଼ିଆ ପୁଅ ପି ନାଏକ): ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ବାଙ୍କୀ। ଦ୍ୱିତୀୟ ଥର ପାଇଁ ମହାନଦୀରେ ବନ୍ୟା ଆସି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦ୍ବିଗୁଣ କରି ଦେଇଛି । ପ୍ରବଳ ବର୍ଷା ଯୋଗୁଁ ପାଣି  ଘେରରେ ଏବେ ୧୯ଟି ପଞ୍ଚାୟତ ଥିବା ବେଳେ ବାଙ୍କି ବ୍ଲକର ୯ ଓ ଡମପଡା ବ୍ଲକର ୧୦ଟି ପଞ୍ଚାୟତ ଲୋକ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି।

ଯୁଆଡ଼େ ଦେଖିଲେ ଖାଲି ପାଣି। ସବୁ ଜଳମୟ ହୋଇପଡିଛି । ଏହାସହ ଚୁଲି ଭିତରେ ପାଣି ପଶିଯାଇଥିବାରୁ ଭୋକ ଉପାସରେ ଦିନ କାଟୁଛନ୍ତି ପ୍ରଭାବିତ ଲୋକେ। ଭାବିବାର କଥା ହେଲା ଯେ, ପାଣି ଘେରରେ ରହିଥିବା ବେଳେ ବିପନ୍ନଙ୍କ ପାଖରେ ଏ ଯାଏଁ ପହଁଚି ନାହିଁ ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.