Home ଓଡ଼ିଶା ଦକ୍ଷିଣ ଭାରତରେ ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ

ଦକ୍ଷିଣ ଭାରତରେ ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ

316

କେରଳ,୧୦/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ଏବେ ସଂଗୀନ । ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ ହୋଇଥିବା ବେଳେ ଦୁଇ ଦିନ ଭିତରେ କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୯ ହୋଇଛି ।

ସେହିପରି ୧୭ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସେନା ଓ ଏନ୍ଡିଆରଏଫ୍ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର କରାଯିବା ସହ  ରିଲିଫ୍ କାର୍ଯ୍ୟ ଜାରି ରହିଛି । କେରଳରେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.