Home ଜିଲ୍ଲା ପରିକ୍ରମା ତହସିଲଦାରଙ୍କ ଦ୍ୱାରା ପତାକା ଉତ୍ତୋଳନ

ତହସିଲଦାରଙ୍କ ଦ୍ୱାରା ପତାକା ଉତ୍ତୋଳନ

36

ନୟାଗଡ ୨୭/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ମୁଖ୍ୟାଳୟରେ ନିରାଡାମ୍ବର ପୁର୍ଣ୍ଣ ଭାବରେ ତହସିଲଦାର ଯୁଗଳ ମିଶ୍ରଙ୍କ ଦ୍ୱାରା ୭୩ ତମ ସାଧାରଣତନ୍ତ୍ର ଦିବସ ଜାତୀୟ ପତାକା ଉତ୍ତୋଳନ ହୋଇଥିବା ଜଣାପଡିଛି। ପ୍ରତିବର୍ଷ ରଣପୁର ପଞ୍ଚୁଦୋଳ ପଡିଆରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ନେଇ ପ୍ୟାରେଡ ହୋଇ ଜାତୀୟ ପତାକା ଉତ୍ତୋଳନ ହୋଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ଛାତ୍ରଛାତ୍ରୀମାନେ ପତାକା ଉତ୍ତୋଳନରେ ଅଂଶ ଗ୍ରହଣ ନକରିପାରି ମନଦୁଃଖରେ ଘରେ ରହିଥିଲେ।

ଏହି ପତାକା ଉତ୍ତୋଳନରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି, ରଣପୁର ଥାନା କର୍ମଚାରୀମାନେ ଯୋଗ ଦେଇଥିଲେ। ସେହିଭଳି ଭାବରେ ରଣପୁର ଅଦାଲତ ପରିଷରରେ ରଣପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଦାୟିତ୍ୱରେ ଥିବା ବିଚାରକ ପ୍ରଦୋଷ କୁମାର ଦାଶ, କୋର୍ଟ କର୍ମଚାରୀ ଓ ଆଇନିଜୀବୀମାନଙ୍କୁ ନେଇ ପତାକା ଉତ୍ତୋଳନ କରିଥିବା ଜଣାପଡିଛି। ରଣପୁର ସମସ୍ତ ସରକାରୀ କାର୍ଯ୍ୟାଳୟରେ କୋଭିଡ୍ କଟକଣା ଭିତରେ ପତାକା ଉତ୍ତୋଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.