Home ଜିଲ୍ଲା ପରିକ୍ରମା ପୋଲିସଦ୍ୱାରା ଅବକାରୀ ଚଢାଉରେ ଜଣେ କୋର୍ଟ ଚାଲାଣ

ପୋଲିସଦ୍ୱାରା ଅବକାରୀ ଚଢାଉରେ ଜଣେ କୋର୍ଟ ଚାଲାଣ

31

ନୟାଗଡ ୨୭/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଚାନ୍ଦପୁର ପୋଲିସ ଉଦ୍ୟମ ଜାରି ରଖିଛି। ଗତ ୩ ଦିନ ଧରି ୪ ଗୋଟି ଯାଗାରେ ଅବକାରୀ ଚଢାଉ କରିଥିବା ବେଳେ ଗତ ଜାନୁୟାରୀ ୨୬ ତାରିଖ ରାତିରେ ୧୬ ନଂ ଜାତୀୟ ରାଜପଥ କଡରେ ଥିବା ଏକ ଦୋକାନରେ ଚଢାଉ କରି ୧୦ ଲିଟର ହାତରନ୍ଧା ଦେଶୀମଦକୁ ଜବତ କରିବା ସହ ମଦ ବିକ୍ରି କରୁଥିବା ଅଭିଯୋଗରେ କଟକସହର ଗ୍ରାମର ଜଗବନ୍ଧୁ ସ୍ୱାଇଁ ନାମକ ଜଣେ ଯୁବକକୁ ଗିରଫ କରିବା ସମ୍ଭବ ହୋଇଛି।

ଗିରଫ ଅଭିଯୁକ୍ତ କୁ ରଣପୁର ଅଦାଲତକୁ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି। ସେହିଭଳି ଭାବରେ ଜାମିନ୍ ବିହୀନ ଗିରଫ ପରୱାନା ଥିବା ୫ ଜଣ ଙ୍କୁ ଗିରଫ କରି ଅଦାଲତ କୁ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସଙ୍କ ଠାରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.