Home ଓଡ଼ିଶା ତଫସିଲଭୁକ୍ତ ଜାତି ଓ ଉପଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ “ଓ” ଲେବଲ ହାର୍ଡ଼ୱେର...

ତଫସିଲଭୁକ୍ତ ଜାତି ଓ ଉପଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ “ଓ” ଲେବଲ ହାର୍ଡ଼ୱେର ପାଠ୍ୟକ୍ରମ ଉପରେ କମ୍ପୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

203

ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ) ବିଶ୍ୱସ୍ତରୀୟ ରୋଜଗାର ବଜାରରେ କମ୍ପୁଟର ପ୍ରୟୋଗ ର ବହୁଳ ବ୍ୟବହାର ଚାହିଦାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ କ୍ୟାରିଅର ସର୍ଭିସ ସେଣ୍ଟର , ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲଭୁକ୍ତ ଜାତି ଓ ଉପଜାତିର ଛାତ୍ରଛାତ୍ରୀମାନଙ୍କୁ ଅଗଷ୍ଟ ୨୦୧୯ ପହିଲାରୁ “ଓ” ଲେବଲ ହାର୍ଡ଼ୱେର ପାଠ୍ୟକ୍ରମ ଉପରେ ୧ ବର୍ଷ ପାଇଁ ନିଃଶୁଳ୍କ ତଥା ଛାତ୍ରବୃତ୍ତି ଯୁକ୍ତ ରୋଜଗାର ପ୍ରଶିକ୍ଷଣ ପ୍ରଦାନ କରିବା ନିମନ୍ତେ ଏକ ପ୍ରସ୍ତାବ ରହିଛି। ପ୍ରାର୍ଥୀଙ୍କର ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ।

ଏହି କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨/ITI/Diploma/Graduation କିମ୍ବା ତଦୁର୍ଦ୍ଧ ଏବଂ ସେମାନଙ୍କର ବୟସ ୩୧ ଜୁଲାଇ ୨୦୧୯ ସୁଦ୍ଧା ୧୮ ରୁ ୩୦ ବର୍ଷ ହୋଇଥିବା ଆବଶ୍ୟକ। ଏହାଛଡା ପ୍ରାର୍ଥୀଙ୍କର ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ନମ୍ବର , ଆଧାର ନମ୍ବର ସହିତ ଏକ ସଚଳ ବ୍ୟାଙ୍କ ଆକାଉଣ୍ଟ ରହିଥିବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଥିବା ପ୍ରାର୍ଥୀମାନେ ୦୮/୦୭/୨୦୧୯ ରୁ ୩୦/୦୭/ ୨୦୧୯ ପର୍ଯ୍ୟନ୍ତ ଦେୟମୁକ୍ତ ଆବେଦନ ଫର୍ମ ରୁମ ନମ୍ବର ୮୦୫,୮୦୬ ଓ ୮୦୭,ବ୍ଲକ ନମ୍ବର – ଏ/୨ ,ତୋଷାଳୀ ଭବନ , ସତ୍ୟ ନଗର , ଭୁବନେଶ୍ୱର – ୭୫୧୦୦୭ , ( ଅନୁସୂଚିତ ଜାତି /ଜନଜାତି ସ୍ୱତନ୍ତ୍ର ନିୟୋଜନ କାର୍ଯ୍ୟାଳୟ ପଛପଟ), ଭୁବନେଶ୍ୱର-୭ ସ୍ଥିତ କାର୍ଯ୍ୟାଳୟରୁ ପ୍ରାପ୍ତ କରି ଆବେଦନ କରିପାରିବେ। ଦରଖାସ୍ତ ଦାଖଲର ଶେଷ ତାରିଖ ୩୦/୦୭/୨୦୧୯ ଧାର୍ଯ୍ୟ କରାଯାଇଛି।

ସଂପୂର୍ଣ୍ଣଭାବେ ପୁରଣ କରାଯାଇଥିବା ଦରଖାସ୍ତ ଫର୍ମ ସହିତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ମାର୍କ ସିଟ , ଜାତି ପ୍ରମାଣ ପତ୍ର ଏବଂ ଆଧାର କାର୍ଡ ତଥା ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କାର୍ଡ ର ଫଟୋ କପି ଏବଂ ଦୁଇଟି ପାସପୋର୍ଟ ସାଇଜ ଫଟୋ ସଂଲଗ୍ନ କରି ଆବେଦନ କରିବାକୁ ପଡିବ। ଏକ ସାକ୍ଷାତକାର କମିଟି ଦ୍ୱାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣରେ ଯୋଗଦେବା ପରେ ମାସିକ ୧୦୦୦ ଟଙ୍କା ଛାତ୍ର ଵୃତ୍ତି ଏବଂ ମୁକ୍ତ ପାଠ୍ୟଉପକରଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ସାକ୍ଷାତକାର କମିଟି ଦ୍ୱାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଯେ କୌଣସି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମାଙ୍କନ କରିପାରିବେ। ୨୦୧୮- ୧୯ ମସିହାରେ କେନ୍ଦ୍ରଦ୍ୱାରା ପରିଚାଳିତ ଯେ କୌଣସି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ୨୦୧୯- ୨୦ ମସିହାରେ ପରିଚାଳିତ ତିନିଗୋଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେବାର ସୁଯୋଗ ମିଳିବ ନାହିଁ।

ଏହି ପ୍ରଶିକ୍ଷଣ ସମ୍ବଧୀୟ ସବିଶେଷ ବିବରଣୀ ପ୍ରାପ୍ତ କରିବା ନିମନ୍ତେ ଉପ-କ୍ଷେତ୍ରୀୟ ରୋଜଗାର ଅଧିକାରୀ ଙ୍କ ସହ ଟେଲିଫୋନ ତଥା ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଉଛି।

ସାକ୍ଷାତକାର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯାତାୟତ ତଥା କୌଣସି ଦୈନିକ ଭତ୍ତା ଦେବାର ବ୍ୟବସ୍ଥା ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.