Home ଅପରାଧ ଡକାୟତି ଯୋଜନା ବେଳ ପୁଲିସ ହାତରେ ଧରାପଡିଲେ ୪ଜଣ ଆନ୍ତରାଜ୍ୟ ଡକାୟତ

ଡକାୟତି ଯୋଜନା ବେଳ ପୁଲିସ ହାତରେ ଧରାପଡିଲେ ୪ଜଣ ଆନ୍ତରାଜ୍ୟ ଡକାୟତ

130

ଭୁବନେଶ୍ୱର/ଯାଜପୁର୩ା୧୦(ଓଡିଆ ପୁଅ/ ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ପୁଲିସ ୪ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଡକାୟତମାନ ହେଲେ ଗଂଜାମ ଜିଲ୍ଲା ଅଇଁଠାପଲ୍ଲୀର କ୍ରିଷ୍ଣା ଦାସଙ୍କ ପୁଅ ଆଶୁ ଓରଫ ଆଡେଲ ଆଶୁ (୨୬), ଯାଜପୁରରୋଡ ଥାନା ଅନ୍ତର୍ଗତ ମୁଣ୍ଡମାଳ ଗ୍ରାମର ବିଜୟ କୁମସୁମଙ୍କ ପୁଅ କୁସୁମ ଦିଲ୍ଲୀପ (୨୫), ବିଜୟ ଦାସଙ୍କ ପୁଅ ଅଜୟ (୨୬) ଓ ମନୋଜ (୨୫) ଏମାନଙ୍କୁ ମାମଲା ୧୯୨/୧୯ ଦଫାରେ ୧୯୨, ୪୦୨କୋର୍ଟ ଚାଲାଣ କରାଯାଇଛି । ୪ ଜଣ ଯୁବକ ଦୁଇଟି ବାଇକ ପଲସର (ଓଡି୩୪ଏ ୨୪୨୬) ଓ ଆପାଚି (ଓଡି୨୨ଏନ ୫୨୬୩)ରେ ଆସିଥିଲେ । ଏହି ଯୁବକ ଡକାୟତି ଯୋଜନା କରୁଥିବା ଖବର ପାଇ ଥାନାଧିକାରୀ ଅଜୟ କୁମାର ଜେନା ସଦଳବଳେ ଚଢାଉ କରି ବୈତରଣୀ ନଦୀ ପଠାରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ହେଲେ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଧାମନଗର ରାଜୁ ଦାସ ଖସିଯିବାରେ ସକ୍ଷମ ହୋଇଥିଲା । ସେମାନଙ୍କ ନିକଟରୁ ଖେଳନା ବନ୍ଧୁକ, ୨ଟି ଆଇରନ ରଡ, ଦୁଇ ବାଇକ, ମଦ ବୋତଲ ଜବତ କରାଯାଇଥିଲା । ତଦନ୍ତ ସମୟରେ ଏହି ଡକାୟତ ମାନଙ୍କର ଓଡିଶ।। ସମେତ ଝାଡଖଣ୍ଡ, ଆନ୍ଦ୍ର, ମହାରାଷ୍ଟ୍ର ଆଦି ଜିଲ୍ଲାର ବିଭିନ୍ନ ସୁନା ସ୍କାଚିଙ୍ଗ ମାମଲାରେ ସମ୍ପୃକ୍ତିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.