ad
କେନ୍ଦୁଝର

ଠିଆ ନହୋଇ କଥା ହେବାରୁ ପୁଲିସର ର୍ଦୁବ୍ୟବହାର

ହାଟଡିହି ୪ । ୮ : ଏକ ମାମଲାର ସମାଧାନ ପାଇଁ ନନ୍ଦିପଦା ଥାନାକୁ ଯାଇଥିବାବେଳେ ଜଣେ ଭଦ୍ରବ୍ୟକ୍ତି ଠିଆ ନହୋଇ କଥାହେବାରୁ ଜଣେ ପୁଲିସ କନେଷ୍ଟବଳ ତାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଭଦ୍ରବ୍ୟକ୍ତି ଜଣକ ଥାନାକୁ ଯାଇ ଥାନା ସମ୍ମୁଖ ଫ୍ଲାଗପୋଷ୍ଟ ନିକଟ ପିଣ୍ଡିରେ ବସିଥିବାବେଳେ ଜଣେ କାର୍ଯ୍ୟରତ କନେଷ୍ଟବଳ ତାଙ୍କୁ କୁଆଡେ ଆସିଛ ବୋଲି ପଚାରିଥିଲେ । ଭଦ୍ରବ୍ୟକ୍ତି ଜଣକ ସେହିଠାରେ ବସିକରି ଉତ୍ତର ଦେବାରୁ ତାଙ୍କୁ କନେଷ୍ଟବଳ ଜଣକ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ । ଜଣେ ପୁଲିସ କର୍ମଚାରୀ ପଚାରୁଥିବାବେଳେ କାହିଁକି ଠିଆ ନହେଲ, ଜଣେ ଥାନା ଏ.ଏସ.ଆଇ ଆସି ତୁମ ନିକଟରେ ପହଞ୍ଚିବାପରେ ତାଙ୍କୁ କାହିଁକି ନମସ୍କାର ନହେଲ କହି ଭଦ୍ରବ୍ୟକ୍ତି ଜଣଙ୍କୁ ଗାଳିଗୁଲଜ କରିଥିଲେ । ଏନେଇ ଭଦ୍ରବ୍ୟକ୍ତି ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେବି ପରେ ଏହାର ସମାଧାନ ହୋଇଯାଇଥିବା ଥାନା ଅଧିକାରୀ କହିଛନ୍ତି । ଉଭୟଙ୍କ ମଧ୍ୟରେ ଭୁଲ ବୁଝାବଣାରୁ ଏପରି ହୋଇଥିଲା ବୋଲି ଥାନା ଅଧିକାରୀ କହିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top