Home କେନ୍ଦୁଝର ବଡରମ୍ପାସରେ ବ୍ୟାପକ ଚୋରା ମଦ କାରବାର, କରୋନା କଟକଣାକୁ ମାନୁ ନାହାନ୍ତି ଲୋକେ

ବଡରମ୍ପାସରେ ବ୍ୟାପକ ଚୋରା ମଦ କାରବାର, କରୋନା କଟକଣାକୁ ମାନୁ ନାହାନ୍ତି ଲୋକେ

115

ହାଟଡିହି ୪ । ୮ : ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ହେଉଛି ।ଏପରିକି ଏବେ କରୋନା ମୁକାବିଲା ପାଇଁ ସରକାର ଲକଡାଉନ ନିୟମକୁ କେନ୍ଦୁଝର ଜିଲ୍ଲାରେ କଡାକଡି କରାଯାଇଥିବାବେଳେ ଏଠାରେ ସେ ନିୟମକୁ ଲୋକମାନେ ମାନୁ ନାହାନ୍ତି । ଏହି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମଦ, ଗଞ୍ଜେଇ, ଦେଶୀମଦ ଆଦି କାରବାର ହେଉଥିବାବେଳେ ଅନେକ ଲୋକ ନିଶାଶକ୍ତ ହୋଇ ଗାଁ ଗଣ୍ଡାରେ ଗାଳିଗୁଲଜ କରୁଥିବାରୁ ସାଧାରଣ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି । ସନ୍ଧ୍ୟା ହେଲେ ଛକ ବଜାର ମାନଙ୍କରେ ଶହଶହ ଲୋକ ରୁଣ୍ଡିଭୁତ ହେଉଥିବାବେଳେ ସାମାଜିକ ଦୁରତାକୁ ମାନୁ ନାହାନ୍ତି କି ମାସ୍କ ମଦ୍ୟ ବ୍ୟବହାର କରୁନାହାନ୍ତି । ପୁଲିସ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.