Home ଓଡ଼ିଶା ଜେଲରେ ଅଛି ମାତ୍ର ଜଣେ କଏଦୀ

ଜେଲରେ ଅଛି ମାତ୍ର ଜଣେ କଏଦୀ

920

ନୂଆଦିଲ୍ଲୀ,୩୦/୦୮,(ଓଡ଼ିଆ ପୁଅ ପି ନାଏକ): କେନ୍ଦ୍ର ଶାସିତ ଦେଶ ଦାମନ ଆଣ୍ଡ ଦିଉ ‘ଅପରାଧମୁକ୍ତ’ ଟ୍ୟାଗ୍‌ ପାଇବା ପାଇଁ କଡ଼ା ଟକ୍କର ଦେଉଛି। ସବୁଠାରୁ ଆଶ୍ଚଯ୍ୟର୍ର କଥା ହେଉଛି, ଏଠାକାର ସବ୍‌ ଜେଲରେ ମାତ୍ର ଜଣେ ହିଁ କଏଦୀ ବନ୍ଦୀ ଅଛନ୍ତି, ସେ ହେଉଛନ୍ତି ୩୦ ବର୍ଷୀୟ ଦୀପକ୍‌ କାଞ୍ଜି। ଦୀପକ୍‌ ଦୀର୍ଘ ବର୍ଷ ଧରି ଏହି ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି, ଯେଉଁଥିପାଇଁ ଦିଉକୁ ମିଳିପାରୁନାହିଁ ‘ଅପରାଧମୁକ୍ତ’ ଟ୍ୟାଗ୍‌ ଲାଇନ୍‌।

ଜେଲ ପ୍ରଭାରୀ ଚନ୍ଦ୍ରହାସ ଓ୍ଵାଜାଙ୍କ କହିବା ଅନୁଯାୟୀ, ଜେଲ କର୍ମଚାରୀମାନେ ୨୪ ଘଣ୍ଟା ଏହି କଏଦୀଙ୍କ ଦେଖାଶୁଣା କରନ୍ତି। ଏଠାରେ ଥିବା ଏକ ରେଷ୍ଟୁରାଣ୍ଟ ମଧ୍ୟ ଦୀପକ୍‌ଙ୍କୁ ଖାଦ୍ୟ ପରଷନ୍ତି। ତେବେ କୁହାଯାଏ କି, ଜେଲର ଶଟଡାଉନ୍‌ ପ୍ରକ୍ରିୟା ୨୦୧୩ରେ ଆରମ୍ଭ ହୋଇଥିଲା, ଯେତେବେଳେ କି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଘୋଷଣା କରିଥିଲା, ବର୍ତ୍ତମାନ ଏହି ଜାଗାକୁ ପଯ୍ୟର୍ଟକଙ୍କ ଉଦ୍ଦେଶ୍ୟରେ ବଦଳାଯିବ।
ପ୍ରକୃତ କଥା ହେଉଛି, ଜେଲରେ ୭ଜଣ ବନ୍ଦୀ ଥିଲେ। ବର୍ଷେ ପୂର୍ବରୁ ଏହି ଗଡ଼ ବନ୍ଦ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ପରେ ୭ଜଣଙ୍କ ମଧ୍ୟରୁ ଜଣେ ବନ୍ଦୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଗୁଜରାଟର ଅମରେଲି ଜେଲକୁ ପଠାଯାଇଛି।

ସେପଟେ ଦୀପକ, ଯିଏକି ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କ ମାମଲା ଏବେ ଅଦାଲତାରେ ବିଚରାଧୀନ ରହିଛି। ସେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମଧ୍ୟ ଅମରେଲି ନିଆଯିବ, ଯାହା ପରେ ଦିଉ ପୂରାପୂରି ଭାବେ ‘ଅପରାଧମୁକ୍ତ’ ହୋଇଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.