Home ଜିଲ୍ଲା ପରିକ୍ରମା ଜୁନିୟର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍‌ଯାପିତ

ଜୁନିୟର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍‌ଯାପିତ

25

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚୁନଟି, ଚରମ୍ପା ଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ତାଲିମ ଶିବିର ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପକ କୁମାର ପାଢ଼ୀ, ସମ୍ମାନୀତ ଅତିଥି ଭାବରେ ଭାରତ ସ୍କାଉଟର ଜିଲ୍ଲା କମିସନର ଅକ୍ଷୟ କୁମାର ହୋତା, ଓଷ୍ଟା ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ ଦାସ, ବିଦ୍ୟାଳୟର ପ୍ରତିଷ୍ଠାତା ରତ୍ନାକର ସାମଲ ଚଣ୍ଡିଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମାଝି ଓ ପୂର୍ବତନ ଜିଲ୍ଲା ଜୁନିୟର ରେଡ଼କ୍ରସ ଯୁଗ୍ମ ସମ୍ପାଦକ ବାଦଲ କିଶୋର ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ଯୁଗ୍ମ ସମ୍ପାଦକ ହେମନ୍ତ ସୂତାର ସ୍ୱାଗତ ଭାଷଣ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ମହାନ୍ତି ଅତିଥି ପରିଚୟ ଓ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇଦିନ ବ୍ୟାପି ଶିବିରରେ ଯୋଗ, ସର୍ବଧର୍ମ ପ୍ରାର୍ଥନା, ରେଡ଼କ୍ରସର ଇତିହାସ, ଲକ୍ଷ ଓ ନୀତି, ପ୍ରାଥମିକ ଉପଚାର, ସଡ଼କ ସୁରକ୍ଷା, ରକ୍ତଦାନ, ପାଣିପାଗ ପରିବର୍ତ୍ତନ ଇତ୍ୟାଦି ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତା, ବାଗ୍ମିତା ପ୍ରତିଯୋଗିତା, ସାଧାରଣଜ୍ଞାନ, ସଙ୍ଗୀତ ଓ ଲୋକନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଲୋକନୃତ୍ୟ ପ୍ରତିଯୋଗିତାରେ ବନ୍ଧଗାଁ ନୋଡ଼ାଲ ହାଇସ୍କୁଲ ପ୍ରଥମ ଓ ସଙ୍ଗୀତ ପ୍ରତିଯୋଗିତାରେ ନାରୟଣଚନ୍ଦ୍ର ହାଇସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଶିବିରରେ ୪୫୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଗଦାନ କରିଥିଲେ। ସାଧନକର୍ମୀ ଉମାକାନ୍ତ ବେହେରା, ଭାଗବତ ସୂତାର, ଅଜୟ ମହାରଣା, ଧର୍ମେନ୍ଦ୍ର ବେହେରା, କିଶୋର ଧଳ, ଖଗେଶ୍ୱର ଜେନା, ବୈକୁଣ୍ଠ ଚରଣ କାଣ୍ଡି, ମଦନ ମୋହନ ପାଣିଗ୍ରାହୀ ପ୍ରଶିକ୍ଷଣ ପ୍ରଦାନ ସହ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଦିପ୍ତୀମୟୀ ସାହୁ, ଶାନ୍ତିଲତା ପଣ୍ଡା, ଶାଇଲକ୍ଷ୍ମୀ ନାୟକ, ଦେବାଶିଷ ଆଚାର୍ଯ୍ୟ, ତରଣୀ ସେନ ଜେନା, ଲିଜା ଦାସ, ସୁଶାନ୍ତ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବରାଳ, ଗଣେଶ ଚନ୍ଦ୍ର ପଣ୍ଡା, ସୀତାରାମ ଦାସଗୁପ୍ତା, ତନୁଶ୍ରୀ ନାୟକ, କଳ୍ପନା ପାତ୍ର, ଚୁନଟି ହାଇସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କିରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.