Home ଓଡ଼ିଶା ଜାତୀୟସ୍ତରରେ ଓଡିଶା ଡାକ ପରିମଣ୍ଡଳ ଚମ୍ପିଆନ ବିବେଚିତ

ଜାତୀୟସ୍ତରରେ ଓଡିଶା ଡାକ ପରିମଣ୍ଡଳ ଚମ୍ପିଆନ ବିବେଚିତ

124

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମିତ୍ତ ଜାତୀୟସ୍ତରରେ ଓଡିଶା ଡାକ ପରିମଣ୍ଡଳ ସର୍ବଶ୍ରେଷ୍ଠ ଡାକ ପରିମଣ୍ଡଳ ଭାବରେ ବିବେଚିତ ହୋଇଅଛି। ଭାରତୀୟ ଡାକ ବିଭାଗ ଦ୍ୱାରା ତା ୨୯.୦୭.୨୦୧୯ ରିଖ ଠାରୁ ତା ୩୧.୦୭.୨୦୧୯ ରିଖ ପର୍ୟ୍ୟନ୍ତ ଜମ୍ମୁ ଓ କାଶ୍ମୀର ରାଜ୍ୟର ଶ୍ରୀନଗର ଠାରେ ମୁଖ୍ୟ ମହାଡାକପାଳ ମାନଙ୍କର ସମ୍ମିଳନୀ ଅନୁଷ୍ଠିତ ଅବସରରେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ନନ୍ଦ, ଡାକ ସଚିବ ଭାରତ ସରକାରଙ୍କ ଦ୍ୱାରା ଓଡିଶା ଡାକପରିମଣ୍ଡଳ ପୁରସ୍କୃତ ହୋଇଅଛି। ଏହି ସମ୍ମିଳନୀରେ ଓଡିଶା ଡାକ ପରିମଣ୍ଡଳ ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବାରୁ ଦେଶର ସମସ୍ତ ‘Y’ Category ପରିମଣ୍ଡଳ ମାନଙ୍କ ମଧ୍ୟରେ ଚମ୍ପିଆନ ବିବେଚିତ ହୋଇଥିଲା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ଓଡିଶା ଡାକ ପରିମଣ୍ଡଳ ଦ୍ୱାରା ସ୍ପିଡ ପୋଷ୍ଟ ରାଜସ୍ୱରେ ଅଭିବୃଦ୍ଧି ନିମିତ୍ତ ଓଡିଶା ଡାକ ପରିମଣ୍ଡଳକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଅଛି। ଓଡିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କମିଳା ଏହି ପୁରସ୍କାର ଏବଂ ମାନପତ୍ର ଗୁଡିକୁ ଡାକ ସଚିବଙ୍କ ଠାରୁ ଗ୍ରହଣ କରିଥିଲେ, ଏହି ଅବସରରେ ଓଡିଶା ଡାକ ପରିମଣ୍ଡଳର ଅଧିକାରିମାନେ ମୁଖ୍ୟମହା ଡାକପାଳ ଡ଼ ସନ୍ତୋଷ କୁମାର କମିଲାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.