Home ଓଡ଼ିଶା ଜଳ ଉପଭୋକ୍ତାଙ୍କ ତରଫରୁ ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଜଳ ଉପଭୋକ୍ତାଙ୍କ ତରଫରୁ ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

114

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬-ନୟାଗଡ ଜିଲ୍ଲା ରଣପୁର କ୍ଷୁଦ୍ର ଜଳ ସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କୁ ରଣପୁର ଜଳ ଉପଭୋକ୍ତା ସଙ୍ଘ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣା ପଡିଛି । ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କର ଜୁନ୍ ୩୦ ତାରିଖରେ ଅବସର ଦିବସ ରହିଥିଲା । ଓଡିଶା ବନ ଉପଭୋକ୍ତା ସଙ୍ଘର ସଭାପତି ସନାତନ ଦଳବେହେରାଙ୍କ ନେତୃତ୍ୱରେ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅଂଚଳର ବହୁ ପାଣି ପଂଚାୟତ ସଭାପତି, ସମ୍ପାଦକ ଓ ସଭ୍ୟମାନେ ଉପସ୍ଥିତ ରହିଥିଲେ । ଶ୍ରୀ ମହାନ୍ତି ଜଣେ ସରଳ, ସଚ୍ଚୋଟ ଓ କର୍ମଠ ଅଧିକାରୀ ରହିଥିଲେ ।

ରଣପୁର ରେ ତାଙ୍କ ଚାକିରୀର ଶେଷ ୧୦ ବର୍ଷ କାର୍ଯ୍ୟ କରି ବିଭିନ୍ନ ଚେକ୍ ଡ୍ୟାମଠାରୁ ଆରମ୍ଭ କରି ଗାଁ ଗାଁରେ ପାଣି ପଂଚାୟତ ଗଠନ କରି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗୁଡିକର ଉନ୍ନତି କରିବାସହ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ବଡଚାଷୀମାନଙ୍କୁ ଚାଷ କ୍ଷେତ୍ରରେ ଜଳ ଯୋଗାଣର ବ୍ୟବସ୍ଥାକୁ ଉନ୍ନତି କରଣ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର, ଅନିରୁଦ୍ଧ ସେଠୀ, ଝୁନାରାଣୀ ମଙ୍ଗରାଜ, କମ୍ପାନୀ ବେହେରା, ନିରଂଜନ ବେହେରା, ହିମାଂଶୁ ଶେଖର ଦାଶ ଓ ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନାରେ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ବିଦାୟକୁ ସମସ୍ତେ ଦୁଃଖର ସହ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.