Home ଜିଲ୍ଲା ପରିକ୍ରମା ଜଳସମ୍ପଦ ବିଭାଗର ଖାମଖିଆଲି ନୀତି, ସଇଲୋ ଠାରେ ୨ ଶହ ଫୁଟ ନିର୍ମାଣଧିନ ନଦୀବନ୍ଧ ଧସିଲା,...

ଜଳସମ୍ପଦ ବିଭାଗର ଖାମଖିଆଲି ନୀତି, ସଇଲୋ ଠାରେ ୨ ଶହ ଫୁଟ ନିର୍ମାଣଧିନ ନଦୀବନ୍ଧ ଧସିଲା, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

15
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଖୁଆପଦା ଜଳସମ୍ପଦ ବିଭାଗ, ଧାମନଗର ଅଧିନସ୍ତ ବୈତରଣୀ ନଦୀ ର ଶାଖା ନଦୀ କୋଚିଳା ନଦୀ ସଇଲୋ ଠାରେ ପ୍ରାୟ ୨ ଶହ ଫୁଟ ର ନଦୀବନ୍ଧ ଧସି ଯାଇଛି। ଫଳରେ ସ୍ଥାନୀୟ ଅଂଚଳର ଲୋକ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରକାଶ ଥାଉକି କୋଚିଳା ନଦୀ ର ରାମରାକୂଳ – ହସନାବାଦ ଟି ଆର ଇ ବନ୍ଦର ପଧାନି ପଂଚାୟତ ର ସଇଲୋ ଗ୍ରାମର ଇନ୍ଦ୍ରମଣି ବିଶ୍ୱାଳ ଙ୍କ ଘର ନିକଟରେ ଡାହାଣ ପାଖ ବନ୍ଦ ଧଶି ଯାଇଛି। ପ୍ରକାଶ ଥାଉକି ଉକ୍ତ ସ୍ଥାନରେ ପ୍ରତି ବର୍ଷ ଏପରି ବନ୍ଦ ଧସି ଥାଏ।ସେଠାରେ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ମରାମତି ରେ ଖର୍ଚ୍ଚ ହୋଇ ଥାଏ ହେଲେ କୌଣସି ସ୍ତାଇ ସମାଧାନ ହୋଇ ପାରେନା। ତେବେ ୧୦ ଦିନ ତଳେ ଉକ୍ତ ବନ୍ଦ ରେ ମାଟି ପକା ଯାଇଥିଲା। ମାତ୍ର ଉକ୍ତ ସ୍ଥାନରେ ମାଟି ପକାଇବା ପରେ ରୁଲିଙ୍ଗି କରା ଯାଇନଥିଲା।ତାପରେ ସେଠାରେ ପଥର ପ୍ୟକିଂ ପାଇଁ ଟ୍ରକ୍ ରେ ପଥର ଢ଼ଳା ଯାଇ ଥିଲା।ହେଲେ ଉକ୍ତ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବ ରେ ମାଟି ଶହ ପଥର ଧସି ନଦୀ ଗର୍ବ କୁ ଚାଲିଯାଇଛି। ବିପଦ ସଙ୍କୁଳ ଅବସ୍ଥା ରେ ଉକ୍ତ ବନ୍ଧ ଟି ରହିଛି । ଆଉ ମାତ୍ର ଗୋଟେ ମାସ ପରେ ବର୍ଷା ଦିନ ଆରମ୍ଭ ହୋଇଯିବ ।ଉକ୍ତ ସ୍ଥାନ ମରାମତି ନ ହେଲେ ଉକ୍ତ ବିପଦ ସଙ୍କୁଳ ବନ୍ଦ ରେ ଘାଇ ହେଲେ ଶତାଧିକ ଘର ନାଷ୍ଟ ହେବା ସହ ଚାଷ ବି କ୍ଷତୀ ହେବ। ମାତ୍ର ଘଟଣା ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ।କି ବିଭାଗୀୟ ଉଚ୍ଚ ଅଧିକାରୀ ଉକ୍ତ ସ୍ଥାନ କୁ ଆସିଲେ ନାହିଁ । ଏବେ ଭୟଭୀତ ଅବସ୍ଥାରେ ଗ୍ରାମବାସି ମାନେ ଅଛନ୍ତି । ଏ ଦିଗରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଧାମନଗର ବ୍ଲକ ପ୍ରତିନିଧି ତଥା ପଧାନି ପଂଚାୟତ ର ସରପଂଚ ଅଶୋକ ପୁହାଣ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଦେଖିବା ପରେ ମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ।ସେଠାରେ ବାରମ୍ୱାର ଏପରି ହେଉ ଥିବାରୁ ଉକ୍ତ ସ୍ଥାନରୁ ସମ୍ପୁର୍ଣ୍ଣ ମାଟି କଡାଯାଇ ପଛରେ ସୁରକ୍ଷା ପାଚେରୀ କରାଯାଇ ସେଠାରେ ବନ୍ଧ କୁ ସୃଦୁଢ଼ିକରଣ କରାଯିବ ବୋଲି ମନ୍ତ୍ରି ଙ୍କ ପ୍ରତିନିଧି କହିଥିଲେ । ଉକ୍ତ ନଦୀ ବନ୍ଧ କଡ ରେ କେତେକ ଲୋକ ଜାଗା ଛାଡୁ ନଥିବାରୁ ବନ୍ଧ କାମରେ ବାଧା ସୃଷ୍ଟି ହେଉଚି ବୋଲି ବିଭାଗୀୟ ଏସଡିଓ କିଶୋର ଦାସ କହିଛନ୍ତି। ତେବେ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ନଦୀ ବନ୍ଧ କୁ ସୁରକ୍ଷା ଦେବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.