Home ଓଡ଼ିଶା ଜମ୍ମୁ ରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟ ରେ ଗୁଳି ବିନିମୟ

ଜମ୍ମୁ ରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟ ରେ ଗୁଳି ବିନିମୟ

437

ନୂଆଦିଲ୍ଲୀ, ୨୮/୦୯, (ଓଡ଼ିଆ ପୁଅ ପି ନାଏକ): ଜମ୍ମୁ କାଶ୍ମୀରର ରାମବନରେ ବିତୋତ -ଡୋଡୋ ଅଞ୍ଚଳରେ ଆଜି ଦୁଇ ଜଣ ସନ୍ଧିଗ୍ଧ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଉପରେ ଗୁଳି ଚଳାଇଛନ୍ତି। ସୂଚନାନୁଯାୟୀ ଭାରତୀୟ ସେନା ଏହି ଆତଙ୍କବାଦୀଙ୍କ ଉପସ୍ଥିତି ଜାଣିବା ପରେ ଅଞ୍ଚଳକୁ ସମ୍ପୂର୍ଣ ଘେରାବନ୍ଦି କରିଦେଇଥିଲେ। ଯେତେବେଳେ ଆତଙ୍କବାଦୀ ଜାଣିବାକୁ ପାଇଲେ ଯେ ସେମାନେ ସୁରକ୍ଷାବଳ ଦ୍ୱାରା ଘେରା ହୋଇଛନ୍ତି ଆତଙ୍କୀ ନିଜ ତରଫରୁ ଫାଇରିଂ କରିବା ଆରମ୍ଭ କରିଦେଇଥିଲେ। ଏହାପରେ ଦୁଇ ପଟରୁ ଗୁଳି ବର୍ଷା ହୋଇଥିଲା।

ଭାରତୀୟ ସେନାର ପ୍ରବକ୍ତା କର୍ଣ୍ଣଲ ଦେବେନ୍ଦ୍ର କହିଛନ୍ତି ଯେ, ଆଜି ଶକାଳ ପାଖାପାଖି 7.30 ମିନିଟ୍‌ରେ ଦୁଇ ଜଣ ସନ୍ଦିଗ୍ଧ ଲୋକ ଜାତୀୟ ରାଜପଥ ନମ୍ବର ୨୪୪ରେ ଜଣେ ଗାଡି ଚାଳକକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଗାଡ଼ିର ଚାଳକ ସତର୍କ ଥିବାରୁ ଗାଡ଼ି ନ ଅଟକାଇ ନିକଟବର୍ତ୍ତୀ ସେନା ପୋଷ୍ଟକୁ ଯାଇ ଖବର ଦେଇଥିଲେ। ଏହାପରେ ସନ୍ଦିଗ୍ଧ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନାମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.