Home ଓଡ଼ିଶା ଛାତ୍ର ସଂସଦ ନିର୍ବାଚନ ରଦ୍ଦ ନିଷ୍ପତ୍ତି ବିରୁଦ୍ଧରେ ଏସ୍.ଏଫ୍.ଆଇ ର ବିକ୍ଷୋଭ

ଛାତ୍ର ସଂସଦ ନିର୍ବାଚନ ରଦ୍ଦ ନିଷ୍ପତ୍ତି ବିରୁଦ୍ଧରେ ଏସ୍.ଏଫ୍.ଆଇ ର ବିକ୍ଷୋଭ

208

ଭୁବନେଶ୍ୱର, ତା ୨୬.୦୮ (ଓଡ଼ିଆ ପୁଅ) : ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରିବା ନିଷ୍ପତ୍ତି ବିରୁଦ୍ଧରେ ଭାରତର ଛାତ୍ର ଫେଡେରେସନ୍ (ଏସ୍.ଏଫ୍.ଆଇ) ତରଫରୁ ଆଜି ଦିନ ୧୨ ଘଟିକା ସମୟରେ ମାଷ୍ଟରକ୍ୟାଣ୍ଟିନ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ପ୍ରଶାସନିକ ଆଦେଶ ବଳରେ ଏହାକୁ ବାତିଲ୍ କରିବା ନିଷ୍ପତ୍ତିକୁ ସମସ୍ତ ନେତୃବୃନ୍ଦ ନିନ୍ଦା କରିଥିଲେ। ବର୍ତ୍ତମାନ ଶିକ୍ଷା ବିପର୍ଯ୍ୟୟ ଅବସ୍ଥାକୁ ଯାଇଥିବା ବେଳେ ଛାତ୍ର ନେତୃତ୍ୱର ଆବଶ୍ୟକତା ବଢ଼ିଛି। ଏହିଭଳି ସନ୍ଧିକ୍ଷଣରେ ରାଜ୍ୟ ସରକାରଙ୍କ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ବଡ଼ ଦୁର୍ଭାଗ୍ୟର ବିଷୟ। ଛାତ୍ର ସମାଜ ଆମ ଦେଶର ଭବିଷ୍ୟତ। ନିର୍ବାଚନରେ ଗୁଣ୍ଡାମୀ ଏବଂ ହିଂସାକୁ ଦୃଢ଼ ଭାବେ ରୋକିବା ଆବଶ୍ୟକ। ମାତ୍ର ଛାତ୍ରସଂସଦ ନିର୍ବାଚନକୁ ବନ୍ଦ କରିବା ସମସ୍ୟାର ସମାଧାନ ନୁହେଁ। କ୍ୟାମ୍ପସ୍ରେ ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବନ୍ଦ କରିବାକୁ ଏସ୍.ଏଫ୍.ଆଇ. ଦାବି କରିଛି। ଏସ୍.ଏଫ୍.ଆଇ. ର ରାଜ୍ୟ ଆବାହକ ବିପ୍ଳବ ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ଡି.ୱାଇ.ଏଫ୍.ଆଇ.ର ରାଜ୍ୟ ସମ୍ପାଦକ ସାଥୀ ଯତୀନ ମହାନ୍ତି, ବିକାଶ ନାଥ, ଅନନ୍ତ ଇନ୍ଦ୍ରଜିତ, ଅମରନାଥ ପାଲ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.