Home ଜିଲ୍ଲା ପରିକ୍ରମା ଛାତ୍ରର ମୃତ୍ୟୁକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ

ଛାତ୍ରର ମୃତ୍ୟୁକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ

334

ମାଲକାନଗିରି,୧୫ ।୧(ଓଡିଆ ପୁଅ ) ମାଲକାନଗିରି ଥାନାସ୍ଥ ପଦ୍ମଗରି ଏସଏସଡି ହାଇସ୍ଲୁଲର ଜଣେ୭ମ ଶ୍ରେଣୀର ଛାତ୍ରର ମୃତ୍ୟୁ ପାଇଁ ବିଦ୍ୟାଳୟ କର୍ତୁପକ୍ଷ ଙ୍କୁ ଦାୟୀ କରି ଗ୍ରାମବାସୀ ମାନେ ପଦ୍ମଗିରି ବିଦ୍ୟାଳୟ ସମ୍ମୁଖ ମୁଖ୍ୟରାସ୍ତାରେ ବସି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ସୁଚନାଯୋଗ୍ୟ ଯେ ପଦ୍ମଗିରି ପଚାଂୟତସ୍ଥ ବଇଲାପାଲି ଗ୍ରାମର ଗଣେଷ ମାଡକାମୀ ଙ୍କ ପୁଅ ଶିବମାଡକାମୀ(୧୨) ପଦ୍ମଗିରି ଏସଏସଡି ହାଇସ୍କୁଲ ହ ଷ୍ଟେଲରେ ରହି ୭ମ ଶ୍ରେଣୀରେ ପାଠପଢନ୍ତି । ଗତ ୧୦ତାରିଖରେ ତାଙ୍କ ଦେହ ଅସୁସ୍ଥ ହେବାରୁ ବିଦ୍ୟାଳୟର ଶିକ୍ଷକ ମାନେ ସଙ୍ଗେସଙ୍ଗେ ପଦ୍ମଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ । ପୁଣିଥରେ ୧୧ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ଶିବଙ୍କ ବାପାଙ୍କୁ ଜଣାଇବାରୁ ଶିବଙ୍କ ବପା ଗଣେଷ ସ୍କୁଲରେ ପହଁଚି ନିଜ ପୁଅକୁ ମାଲକାନଗିରି ଜିଲ୍ଲାହସପିଟାଲକୁ ନେଇଯାଇଥିଲେ । ସେଠାରେ ୧୧ତାରିଖ ଠାରୁ ୧୩ତାରିଖ ପର୍ଯ୍ୟନ୍ତ ହସପିଟାଲରେ ରହି ଚିକିତ୍ସିତ ହେଉଥିଲେ । ଡାକ୍ତରମାନେ ଚିକିତ୍ସା କରୁଥିବା ସମୟରେ ଗତ ୧୩ତାରିଖ ରାତ୍ରରେ ଶିବଙ୍କର ମୃତ୍ୟୁଘଟିଥିଲା ।ଶିବଙ୍କୁ ଟାଇଫର୍ଡ ସହିତ କାମଳ ରୋଗ ହୋଇ ଯାଇଥିବାରୁ ତାଙ୍କର ମୃତ୍ୟୁଘଟିଛି ବୋଲି ଚିକିତ୍ସା କରୁଥିବା ଡାକ୍ତରକହିଛନ୍ତି । ଶିବଙ୍କର ଠିକସମୟରେ ଚିକିତ୍ସା ବ୍ୟବସ୍ଥା ହୋଇ ପାରିନଥିବାରୁ ଶିବଙ୍କ ମୃତ୍ୟୁ ଘଟିଲା ବୋଲି କହି ତାଙ୍କପରିବାର ,ପଦ୍ମଗରି ସରପଚଂ ରମାବତୀ ନାୟକ ଓ ବଇଲାପାଲି ଗ୍ରାମବାସୀ ମାନେ ହାଇସ୍କୁଲ ନିକଟ ପଦ୍ମଗିରି ମୁଖ୍ୟରାସ୍ତାରେ ଧାରଣାଦେଇ ବସିଥିଲେ । ମୁଖ୍ୟରାସ୍ତା ଅବରୋଧ ହୋଇଥିବାରୁ ଯାନବାହନ ଚଳାଚଳରେ ବାଧାସୃଷ୍ଟି ହୋଇଥିଲା । ଏ ସଂପର୍କରେ ଜିଲ୍ଲାପ୍ରଶାସନ ନିକଟରେ ଖବର ପହଁଚିବାପରେ ତହସିଲଦାର ଡ.ଗୁଣନିଧି ନାୟକ,ମାଲକାନଗିରି ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନ କାରୀଙ୍କୁ ବହୁତ ବୁଝାସୁଜା କରିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହର ହୋଇଥିଲା ।ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଶ୍ରୀନାୟକ ଜିଲ୍ଲାରେଡକ୍ରସ ଫଣ୍ଡରୁ ମୃତ ଛାତ୍ର ପରିବାରଙ୍କୁ୫ହଜାର ଟଙ୍କା ସହାୟତା ଦେବାସହ ପଚାଂୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାରଟଙ୍କା ଅନୁକମ୍ପାରାଶି ଶିବଙ୍କ ପରିବାରଙ୍କୁ ଯୋଗାଇ ଦିଆଯାଇଛି । ଏ ସଂପର୍କରେ ପଦ୍ମଗିରି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଙ୍କର କୁଜାଂମି ଙ୍କ ମତାମତା ନେଇଥିଲୁ ସେ କହିଥିଲେ ଛାତ୍ରଟିର ଚିକିତ୍ସାରେ ଅବହେଳା କରାଯାଇନାହିଁ , ଗତ୧୦ତାରିଖରେ ଶିବଙ୍କୁ ଜ୍ୱର ହେବାରୁ ସଙ୍ଗେ ସଙ୍ଗେ ଆମେ ତାଙ୍କ ବାପାଙ୍କୁ ଜଣାଇ ପଦ୍ମଗିରି ଡାକ୍ତରଖାନା କୁ ନେଇ ଚିକିତ୍ସା କରିଥିଲୁ,୧୧ତାରିଖଦିନ ଶିବଙ୍କ ବାପା ଗଣେଷ ତାଙ୍କ ପୁଅଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲ କୁନେଇ ଚିକିତ୍ସା କରିଥିଲେ । ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସାଧିନଅବସ୍ଥାରେ ୧୩ ତାରିଖ ରାତ୍ରରେ ଶିବ ଙ୍କ ମୃତ୍ୟୁ ହୋଇଗଲା । ତାଙ୍କପରିବାର ଶିବଙ୍କ ମୃତ ଶରୀର ଗ୍ରାମକୁ ନେଇଯାଇଥିଲେ । ଶିବଜଣେ ବିଦ୍ୟାଳୟର ଉତମଛାତ୍ର ଥିଲେ ତାଙ୍କ ମୃତ୍ୟୁ ପାଇଁ ଆମ ବିଦ୍ୟାଳୟରେ ଶୋକର ଛାୟା ଖେଳି ଯାଇଛି । ଆମେ ତାଙ୍କପରିବାରଙ୍କୁ ଭେଟି ଦୁଃଖପ୍ରକାଶ କରିବାସହିତ ସମବେଦନା ଜଣାଇ ଶିବଙ୍କ ଅମରଆତ୍ମାର ସଦଗତିନିମନ୍ତେ ଭଗବାନଙ୍କ ନିକଟରେ ପାର୍ଥନାକରୁଛୁ ବୋଲି କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.