Home ଓଡ଼ିଶା ଚୋରି କରୁଥିବା ବେଳେ ଛେଚା ଖାଇଲା ଚୋର

ଚୋରି କରୁଥିବା ବେଳେ ଛେଚା ଖାଇଲା ଚୋର

190

ବାଲେଶ୍ଵର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଶ୍ୟାମରାୟପୁର ଗ୍ରାମରେ ବିଳମ୍ବିତ ରାତିରେ ଘରେ ପସି ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡି ନିର୍ଧୁମ ଛେଚା ଖାଇଲେ ୩ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ମାନେ ହେଲେ ବସ୍ତା ଥାନା ଦରଡା ଗ୍ରାମର ପଦ୍ମ ଲୋଚନ ତରାଇ ,ଝାଡେଶ୍ୱର ଜେନା ଏବଂ ଶ୍ୟାମରାୟପୁର ଗ୍ରାମର ଦେବାଶିଷ ଜେନା ।

ସୁଚନା ଅନୁସାରେ ଗାଁରେ ଯାତ୍ରା ଚାଲିଥିବାରୁ ସମସ୍ତ ଲୋକ ଯାତ୍ରା ଦେଖିବା ପାଇଁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ୫ ଜଣ ଯୁବକ ଘରେ ପସି ଚୋରି କରୁଥିଲେ । ଏହି ସମୟରେ ଲୋକେ ୩ଜଣଙ୍କୁ ଧରିଥିବା ବେଳେ ୨ଜଣ ଚମ୍ପଟ ମାରିଥିଲେ । ୩ ଜଣଙ୍କୁ ଧରି ଲୋକେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି । ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ଉକ୍ତ ଯୁବକମାନଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.