Home ଓଡ଼ିଶା ଚାନ୍ଦପୁର ପୋଲିସ୍‌ଦ୍ୱାରା ଜଗବନ୍ଧୁ ଗ୍ୟାଙ୍ଗ୍ କୋଟ୍ ଚାଲାଣ

ଚାନ୍ଦପୁର ପୋଲିସ୍‌ଦ୍ୱାରା ଜଗବନ୍ଧୁ ଗ୍ୟାଙ୍ଗ୍ କୋଟ୍ ଚାଲାଣ

137

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୩/୦୯-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଗୋଟିଏ ସପ୍ତାହ ଭିତରେ ଦୁଇ ଗୋଟି ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ଟ୍ରାକ୍ଟର୍ ଚୋରି ହୋଇଥିଲା । ଯାହାକୁ ନେଇ ଗାଡି ମାଲିକମାନେ ଭୟଭୀତ ହୋଇପଡିଥିଲେ । ଚାନ୍ଦପୁର ଥାନାରେ ଇନିସ୍‌ପେକ୍ଟର୍ ଭାବେ ରଶ୍ମି ରଂଜନ ଦାସ ଯୋଗଦେବାର ୨୪ ଘଣା ମଧ୍ୟରେ ଗୋଟିଏ ଚୋରି  ପିକ୍ ଅପ୍ ଭ୍ୟାନ୍ ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜଗବନ୍ଧୁ ମହାରଣା  ଗ୍ୟାଙ୍ଗ୍‌ର ଜଗବନ୍ଧୁ  ସମେତ ଆଉ ୩ଜଣଙ୍କୁ କୋଟ୍ ଚାଲାଣ କରିଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଗତ ସେପ୍ଟେମ୍ବର ୧୦ତାରିଖ ରାତ୍ରିରେ ଚାନ୍ଦପୁର ବାଇପାସ୍ କନ୍ଧ ନୟାଗଡ ବରପଦା ସାହିରୁ ପିକ୍ ଅପ୍ ଭ୍ୟାନ୍‌ଟି ଚୋରି ହୋଇଥିଲା । ଚାନ୍ଦପୁର ଥାନା ଇନିସ୍‌ପେକ୍ଟର୍ ରଶ୍ମି ରଂଜନ ଦାସ ଇଟାମାଟିଥାନା ମୋହନଗୁରୁ ଜଂଗଲରୁ ପିକ୍ ଅପ୍ ଭ୍ୟାନ୍‌ଟିକୁ ଗବତ କରିବା ସହ ଜଗବନ୍ଧୁ ଓ ତାର ୩ ସହଯୋଗୀଙ୍କୁ ଗିରଫ କରିଥିଲେ । ପୋଲିସ୍‌ର ସୂଚନା ଅନୁଯାୟୀ ଚୋରମାନେ ଗାଡି ଚୋରିକରି ସେହି ଚୋରା ଗାଡିରେ ଜାତିୟ ରାଜପଥ କଡରୁ ଡକାୟତି କରିଥାନ୍ତି । ଅନ୍ୟ ଚୋରି ଗାଡିକୁ ଖୁବ୍ ଶିଘ୍ର ଉଦ୍ଧାର କରାଯିବ । ଜଗବନ୍ଧୁ ମହାରଣାର ଭାଇ ଦିନବନ୍ଧୁ ମହାରଣାର ଗ୍ୟାଙ୍ଗ୍‌କୁ ଇନିସ୍‌ପେକ୍ଟର୍ ରଶ୍ମି ରଂଜନ ଦାସ ରଣପୁର ଥାନାରେ ଥିଲାବେଳେ କୋଟ୍ ଚାଲାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.