Home କୋରାପୁଟ ଗୋ ବନ୍ଧ‌୍ୟାଦୋଷର ପ୍ରତିକାର ଓ ସୁପରିଚାଳନା ନିମନ୍ତେ ସଚେତନତା ଶିବିର

ଗୋ ବନ୍ଧ‌୍ୟାଦୋଷର ପ୍ରତିକାର ଓ ସୁପରିଚାଳନା ନିମନ୍ତେ ସଚେତନତା ଶିବିର

151

ପଟାଙ୍ଗୀ ୨୫-୭ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାଲେଗଡ଼ ଗ୍ରାମ ପଞ୍ଚାୟତର ପୁଟ ପାଡୁଗ୍ରାମରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୋବନ୍ଧ୍ୟାଦୋଷର ପ୍ରତିକାର ଓ ସୁପରିଚାଳନା ନିମନ୍ତେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ କୃଷି ଉତ୍ପାଦିତ କ୍ଲଷ୍ଟର ନିକୁଡୁ କୋଣ୍ଡା ଉତ୍ପାଦକ ଗୋଷ୍ଠୀର ସଭ୍ୟ ଏବଂ ଗ୍ରାମର ପୁରୁଷମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ବ୍ଲକ ଭେଟେନେରୀ ଅଫିସର ଡ଼ଃ ମନୋଜ କୁମାର ସାହୁ ଆନୁଷ୍ଠାନିକ ଭାବରେ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପ୍ରାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମଟିର ମୁଖ୍ୟ ଉଦେଶ୍ୟ ଥିଲା ଯେ ଆମ ଅଞ୍ଚଳର ଗାଈଗୋରୁ ସବୁ ଯେପରିକି ଏହି ବନ୍ଧ୍ୟାଜନିତ ସମସ୍ୟାରୁ ମୁକ୍ତ ରହିବେ ଓ ଯେଉଁ ଗାଈଗୋରୁଙ୍କରଏହି ଅସୁବିଧା ଦେଖା ଦେଇଛି। ତାକୁ ହରିୟାଣା ପ୍ରଜାତିର ଗୋ ଶୁକ୍ରାଣୁ ସହିତ ମିଶାଇ ଆମ ଅଞ୍ଚଳର ଉନ୍ନତ ଧରଣର ପ୍ରଜାତିର ବିକାଶ କରିବା। ପ୍ରତି ଗ୍ରାମକୁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାସେବା ଗାଡି ଜରିଆରେ ଗାଈ, ଛେଳି, ମେଣ୍ଡା, କୁକୁଡ଼ା ଇତ୍ୟାଦି ନିମନ୍ତେ ଟୀକାକରଣର ସୁବିଧା ଯୋଗାଇ ଦେବାସହିତ ନୂତନ କରି ଗାଈ ବାଛୁରୀ ଗୁହାଳ, ଛେଳି ଗୁହାଳ, କୁକୁଡ଼ା ଘର, ଇତ୍ୟାଦି ତିଆରି କରିବା ପାଇଁ ମଧ୍ୟସୁବିଧା ରହିଛି ବୋଲି ଡ଼ଃ ମୋନଜ କୁମାର ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଡ଼ଃ ବୃନ୍ଦାବତୀ ମାଝୀ, ଭିଏ ଏସ ସୁଙ୍କି ଶ୍ରୀମତୀ ରିତା ମହାନ୍ତି, ପ୍ରାଣୀଧନ ନିରକକ୍ଷ ମାଳିପୁଟ ଶ୍ରୀମତୀ ଯସ୍ମୀନ ଡୁଙ୍ଗ ଡୁଙ୍ଗ, ପ୍ରାଣୀଧନ ନିରକକ୍ଷ ରାଲେଗଡ଼। ଏଫ ଇଏସ ବେସରକାରୀ ସଂସ୍ଥାର ବ୍ଲକ ସଂଯୋଜକ କେ ମୁରଲୀ କ୍ରୀଷ୍ଣା ଓ ରାଲେଗଡ଼ା ଗ୍ରାମର ଗୋଷ୍ଠୀ ସାଧନ ବ୍ୟକ୍ତି ବିଜୟ ତାଡିଙ୍ଗ ଆୟୋଜନ ଓ ପରିଚାଳନା କରିବାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.