Home ଜିଲ୍ଲା ପରିକ୍ରମା ଗୋରୁଗାଡି ସହ ୧୩ ଗୋରୁ ଜବତ

ଗୋରୁଗାଡି ସହ ୧୩ ଗୋରୁ ଜବତ

44

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବିରିଡି ଗ୍ରାମର ବୈତରଣୀ ନଦୀବନ୍ଧର ରେଳପୋଲ ତଳେ ଆଜି ସକାଳେ ସ୍ଥାନୀୟ ବଜରଙ୍ଗ ଦଳ ସଦସ୍ୟମାନଙ୍କ ଦ୍ୱାରା ଏକ ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରି ଫାଣ୍ଡିକୁ ହସ୍ତାନ୍ତର କରିଥିବା ଜଣାଯାଇଛି। ନିୟମିତ ଭାବେ ବେଆଇନ ଗୋରୁ ପରିବହନ କରାଯାଉଥିବା ଏହି କରିଡରରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଓ.ଆର ୨୨ ୯୦୩୩ ନଂ ପିକଅପ ଭ୍ୟାନ ଅଟକି ରହିଥିଲା। ଭ୍ୟାନରେ ଦୟନୀୟ ଭାବେ ଥିବା ଗୋରୁଙ୍କ ମଧ୍ୟରୁ ଚାରୋଟି ଗୋରୁକୁ ସ୍ଥାନୀୟ ଲୋକେ ଫିଟାଇ ଦେଇଥିଲେ। ଭ୍ୟାନ ଚାଳକ ଓ ପଦପ୍ରଦର୍ଶକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନ୍ୟ ୧୩ଟି ଗୋରୁ ଓ ପିକଅପ ଭ୍ୟାନକୁ ଫାଣ୍ଡିକୁ ହସ୍ତାନ୍ତର କରାଯାଇଥିଲା। ବଜରଙ୍ଗ ଦଳ ପକ୍ଷରୁ ଚନ୍ଦ୍ରଶେଖର ରାଉତ ଓ ରଥକିଶୋର ସାମଲ ଥାନାରେ ଏତାଲା ଦେଇଛନ୍ତି। ଜବତ ଗୋରୁଗୁଡିକୁ ମଇତାପୁର ଗୋଶାଳାରେ ଛଡାଯାଇଛି। ହେଲେ ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.