Home ଓଡ଼ିଶା ଗୋଟିଏ ବର୍ଷରେ ଦିଲ୍ଲୀ ହରାଇଲା ୩ ମୁଖ୍ୟମନ୍ତ୍ରୀ

ଗୋଟିଏ ବର୍ଷରେ ଦିଲ୍ଲୀ ହରାଇଲା ୩ ମୁଖ୍ୟମନ୍ତ୍ରୀ

883

ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ବିୟୋଗ ଘଟିଛି । ସୁଷମା ସ୍ୱରାଜଙ୍କୁ ଭାରତୀୟ ଜନତା ପାର୍ଟିର ଜଣେ ଶକ୍ତିଶାଳୀ ନେତ୍ରୀ ଭାବେ ଗଣତି କରାଯାଉଥିଲା । ନିଜର ଶୃଙ୍ଖଳିତ ବ୍ୟବହାର ଓ ତେଜସ୍ୱୀ ଭାଷଣ ବଳରେ ସୁଷମା ଭାରତୀୟ ରାଜନୀତିରେ ପରିଚିତ ଥିଲେ । ନୂଆଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ହୃଦଘାତର ସମ୍ମୁଖୀନ ହେବା ପରେ ସୁଷମାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ମାତ୍ର ହସ୍ପିଟାଲରେ ଭର୍ତ୍ତି କରାଯିବାର ଅଳ୍ପ ସମୟ ପରେ ସେ ଜୀବନ ହାରିଥିଲେ । ଅନ୍ତିମ ଦର୍ଶନ ପାଇଁ ନେତାମାନଙ୍କର ସୁଷମାଙ୍କ ନିବାସରେ ପ୍ରବଳ ଭିଡ଼ ଲାଗି ରହିଥିଲା ।

କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ସୁଷମା ସ୍ୱରାଜ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ସୁଷମାଙ୍କ ପରଲୋକ ସହିତ ଏକ ବର୍ଷ ମଧ୍ୟରେ ଦିଲ୍ଲୀ ୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି ।

ସୂଚନାଯୋଗ୍ୟ, ସୁଷମା ସ୍ୱରାଜ ୧୯୯୮ ଅକ୍ଟୋବରରୁ ଡିସେମ୍ବର ଯାଏଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ହୃଦଘାତ ଯୋଗୁଁ ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି । ଗତ ଜୁଲାଇରେ ହୃଦଘାତ ଯୋଗୁଁ ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଥିଲା । ଶୀଲା ଦୀକ୍ଷିତ ଜୁଲାଇ ୨୦ରେ ଫୋର୍ଟିସ ଏକ୍ସକର୍ଟ ହସ୍ପିଟାଲରେ ଶେଷ ନିଃଶ୍ୱାସ ନେଇଥିଲେ । ସେ ବର୍ଷ ୧୯୯୮ ରୁ ୨୦୧୩ ଯାଏଁ କ୍ରମାଗତ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ।

ସେହିପରି ୧୯୯୩ ରୁ ୧୯୯୬ ଯାଏଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ମଦନଲାଲ ଖୁରାନାଙ୍କ ୨୦୧୮ ଅକ୍ଟୋବରରେ ପରଲୋକ ହୋଇଥିଲା । ଖୁରାନା ୮୨ ବର୍ଷ ବୟସରେ ପରଲୋକ ହୋଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବ୍ୟତୀତ ଖୁରାନ ୨୦୦୪ରେ ରାଜସ୍ଥାନର ରାଜ୍ୟପାଳ ଥିଲେ । ଏଭଳି ଭାବରେ ଦିଲ୍ଲୀ ଏକ ବର୍ଷ ମଧ୍ୟରେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.