Home କୋରାପୁଟ ଗୁରୁତର ଅଭିଯୋଗ- ଶିଶୁର ଅପରେସନ ପାଇଁ ହସପିଟାଲ କର୍ତ୍ତୃପକ୍ଷ ୪ ହଜାର ଟଙ୍କା ଲାଂଚ ମାଗିଲେ

ଗୁରୁତର ଅଭିଯୋଗ- ଶିଶୁର ଅପରେସନ ପାଇଁ ହସପିଟାଲ କର୍ତ୍ତୃପକ୍ଷ ୪ ହଜାର ଟଙ୍କା ଲାଂଚ ମାଗିଲେ

200

କୋରାପୁଟ ୨୭-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡାକ୍ତରକଂ ନାମରେ ଗୁରୁତର ଅଭିଯୋଗ ଆସିଛି।ଶିଶୁପୁତ୍ରର ହାରନିଆ ଅପରେସନ ନିମନ୍ତେ ନିଶ୍ଚେତକ ଓ ସର୍ଜନ ଡାକ୍ତର ୪ ହଜାର ଟଙ୍କା ଲାଂଚ ମାଗିଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ରାୟଗଡା ଜିଲ୍ଲାର କଲମା ଗ୍ରାମ ପଂଚାୟତର କରୁଥିଲ ଗ୍ରାମର ସୁନୀତା କରକରିଆ।୨ ବର୍ଷ ୬ମାସର ଶିଶୁପୁତ୍ରର ହାରନିଆ ଅପରେସନ ନିମନ୍ତେ ସ୍ୱାମୀ ମୋହନ କରକରିଆଙ୍କ ସହିତ ସେ କୋରାପୁଟ ଆସିଥିଲେ। କୋରାପୁଟ ହସପିଟାଲରେ ଗତ ୨୩ ତାରିଖରୁ ଭର୍ତି ହୋଇଥିଲେ।ଆଜି ଅସ୍ତ୍ରୋପଚାରକୁ ଯାଇଥିଲେ ଓ ସେଠାରୁ ଜଣେ ବ୍ୟକ୍ତି ସ୍କ୍ରିନ ନିକଟରେ ଜଣେ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଆମ୍ଭ ପାଖକୁ ଆସି ତୁମ୍ଭ ପୁତ୍ରର ଅପରେସନ ହେବ ବୋଲି ପଚାରିବା ସହ ନିଶ୍ଚେତକ ଡାକ୍ତର ୨ ହଜାର ଓ ସର୍ଜନ ଡାକ୍ତର ୨ ହଜାର ଟଙ୍କା ନେବେ ବୋଲି ସୁନୀତା ଅଭିଯୋଗ କରିଥିଲେ।ଏତେ ଅର୍ଥ ମୋ ପାଖରେ ନାହିଁ ମୁଁ କଣ କରିବି ପ୍ରଶ୍ନ କରିଥିଲ ବୋଲି ସେ ପ୍ରକାଶ କରିଥିଲେ।ବହୁତ ସମୟ ଉକ୍ତ ଅସ୍ତ୍ରୋପଚାର ଗୃହ ପାଖରେ ଅପେକ୍ଷା କରିଥିଲୁ କିନ୍ତୁ ଉକ୍ତ ବ୍ୟକ୍ତି ଆସି ଅର୍ଥ ନ ଦେଲେ ଅପରେସନ ହେବ ନାହିଁ ବୋଲି ରୋକଠୋକ ଜଣେଇ ଦେଇଥିଲେ ବୋଲି ସେ କହିଥିଲେ।ଏହାପରେ ସେମାନେ ସର୍ଜରୀ ଓାର୍ଡ ଯାଇ ଆମ୍ଭର ଟିକେଟ ଫେରାଇ ଦିଅ ଆମ୍ଭେ ରାୟଗଡା ଯାଇ ଅପରେସନ କରିବୁ ବୋଲି ଓାର୍ଡରେ ଥିବା ନର୍ସଙ୍କୁ କହିଥିଲୁ।କିନ୍ତୁ ନର୍ସ ମନା କରିଥିଲେ ଓ ଗୋଟିଏ ସାଧା କାଗଜରେ ଦସ୍ତଖତ ଦେଇ ଆମ୍ଭେ ରାୟଗଡା ଯିବାକୁ କୋରାପୁଟ ବସଷ୍ଟାଣ୍ଡ ଯାଇଥିଲୁ ଓ ଚାଇଲଡ ଲାଇନ କୁ ଫୋନ କରିଥିଲୁ ବୋଲି ସେ ସୂଚନା ଦେଇଥିଲେ।ଚାଇଲଡ ଲାଇନର ସଭ୍ୟ ଚିନ୍ମୟ ଆଶିଷ କୁମାର ଓ ଅନ୍ୟ ଜଣେ ସଭ୍ୟା କୋରାପୁଟ ବସଷ୍ଟାଣ୍ଡରେ ପହଂଚି ଉକ୍ତ ପରିବାରଙ୍କୁ ଆଣି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସଙ୍କୁ ହସ୍ତାନ୍ତର କରିଥିଲେ।ଏହାପରେ ସମସ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଆସିଥିଲେ।କୋରାପୁଟ ହସପିଟାଲର ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇଙ୍କୁ ସମସ୍ତ ବିଷୟ କହିଥିଲେ।ଏ ସଂପର୍କରେ ଏକ ପ୍ରାଥମିକ ତଦନ୍ତ କରାଯାଇଥିବା ଜଣାପଡିଛି।ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଶିଶୁର ଅସ୍ତ୍ରୋପଚାର ସୋମବାର ଦିନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଥିଲେ।ଯେଉଁ ବ୍ୟକ୍ତି ମତେ ଟଙ୍କା ମାଗିଥିଲେ ଓ ଯେଉଁ ଡାକ୍ତର ଟଙ୍କା ଚାହୁଁଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ସୁନୀତା କରକରିଆ ଦାବି କରିଥିଲେ।ପ୍ରାଥମିକ ତଦନ୍ତ କରିଛି ଓ ସଂପୂର୍ଣ୍ଣ ତଦନ୍ତ ସରିଲେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାମନ ନିଆଯିବ ବୋଲି ଅଧିକ୍ଷକ ଡାକ୍ତର ଦଳେଇ ସୂଚନା ଦେଇଥିଲେ।ନିଶ୍ଚେତକ ୨ ଡାକ୍ତର ଓ ଜଣେ ସର୍ଜରୀ ଡାକ୍ତରଙ୍କ ଉପସ୍ଥିତିରେ ଅଭିଯୋଗକାରିଣୀ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ।କେଉଁ ଡାକ୍ତର ଅର୍ଥ ମାଗିଥିଲେ ବୋଲି ଅଧିକ୍ଷକ ପ୍ରଶ୍ନ କରିଥିଲେ କିନ୍ତୁ ସୁନୀତା ଚିହ୍ନି ପାରି ନ ଥିଲେ ଓ ସିସିଟିଭି ଫୁଟେଜ ଯାଂଚ କରିବାକୁ ଦାବି କରିଥିଲେ।ଏହାପରେ ହସପିଟାଲ ମ୍ୟାନେଜର ଏସ. ପଣ୍ଡାଙ୍କ ସହ ଅଧିକ୍ଷକ, ନିଶ୍ଚେତକ ଡାକ୍ତର ସମୂହ, ସର୍ଜରୀ ଡାକ୍ତର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଅସ୍ତ୍ରୋପଚାର ଗୃହ ନିକଟକୁ ଯାଇ କିପରି କିଏ ଅର୍ଥ ମାଗିଥିଲା ତାହା ସୁନୀତା କରକରିଆ ବୁଝାଇଥିଲେ।ଏହାପରେ ଉକ୍ତ ଶିଶୁକୁ ପୂନର୍ବାର ଓାର୍ଡରେ ଭର୍ତି କରାଯାଇଥିବା ଜଣାପଡିଛି।ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ମାଗଣାରେ କରାଯାଉଥିବା କହୁଥିବା ବେଳେ କଲେଜ ହସପିଟାଲରେ କିପରି ଓ କିଏ ଲାଂଚ ମାଗିଥିଲେ ତାହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.