Home Coronavirus Outbreak ଗାଁ ବୁଲା କୁକୁର ଖାଇଗଲେ ଗାଁ ଝିଅର ଦରପୋଡ଼ା ମାଉଁସ: ଲକ୍ ଡାଉନ୍ ଭିତରେ ଜଘନ୍ୟ...

ଗାଁ ବୁଲା କୁକୁର ଖାଇଗଲେ ଗାଁ ଝିଅର ଦରପୋଡ଼ା ମାଉଁସ: ଲକ୍ ଡାଉନ୍ ଭିତରେ ଜଘନ୍ୟ କାଣ୍ଡ ..

1778

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ସମସ୍ତେ ଏବେ ଘରେ ଏକ ପ୍ରକାର ଗୃହବନ୍ଦୀ ହୋଇ ଅଛନ୍ତି। ମିଡିଆ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଯିଏ ଯାହା କିଛି ଖବର ପାଉଛି। ନହେଲେ ନିଜ ଘର ପାଖରେ ଯେ କ’ଣ ଘଟୁଛି ଲୋକ ଜାଣିପାରୁ ନାହାଁନ୍ତି। ଏହି ଆଳରେ କେଉଁଠି କେତେବେଳେ ଅପରାଧିକ ଘଟଣା ମଧ୍ୟ ଘଟୁଛି। ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗ୍ରାମରେ ଘଟିଛି ଏପରି ଏକ ଜଘନ୍ୟ ଘଟଣା।

ଏଣେ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ ବାହାର ସହିତ ଏତେ ସଂଷ୍ପର୍ଷରେ ରହୁନଥିବା ବେଳେ ଗତ ୪ ତାରିଖ ଦିନ ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ୨୨/୨୩ ବର୍ଷୀୟା ଯୁବତୀଙ୍କୁ ଳୁଚାଛପାରେ ଗାଁ’ ମଶାଣିରେ ରାତି ଅଧିଆ ପୋଡ଼ିଦିଆ ଯାଇଥିଲା। ପରଦିନ ଏହା ଜାଣିପାରି ଗାଁ’ ର କିଛି ଲୋକ ଜଙ୍କିଆ ଥାନାରେ ଯାଇ ଅଭିଯୋଗ କରିଥିଲେ। କିନ୍ତୁ କିଛି ଫଳ ମିଳିଲା ନାହିଁ। ତେବେ ପୋଡ଼ିଥିବା ଲୋକେ ହୁଏତ ଭୟରେ ତରବରିଆ ଭାବରେ ଶବକୁ ଦରପୋଡ଼ା ଛାଡ଼ି ଆସିଥିଲେ। ତେଣୁ ପରଦିନ ଗାଁ’ ର ବୁଲା କୁକୁର ଦରପୋଡ଼ା ହାତ, ପାପୁଲି, ଖପୁରି ଆଦି ଖାଇବା ଉଦ୍ଦେଶ୍ୟରେ ନେଇଗଲେ। ହାଡ଼ରେ ଲାଗିଥିବା ମାଂସ ଖାଇଗଲେ ଆଉ ହାଡ଼ ଏଣେତେଣେ ପକାଇଦେଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଗାଁ’ ଲୋକେ ମଶାଣି ଆଖପାଖରେ ଏଣେତେଣେ ପଡ଼ିଥିବା ଖପୁରି, କଙ୍କାଳ, ହାତ, ଗୋଡ଼ ଆଦିର ହାଡ଼ ପଡ଼ିଥିବାର ଦେଖିବାକୁ ପାଇଲେ।

ବୁଲା କୁକୁର ଖାଇଗଲେ ଟିକଟକ୍ ଗାର୍ଲଙ୍କ ଦରପୋଡ଼ା ମାଉଁସ –

ନିକଟସ୍ଥ ଏକ କଲେଜରେ ପଢ଼ୁଥିବା ସଂପୃକ୍ତ ଯୁବତୀ ଜଣଙ୍କର ନାମ ପୁଷ୍ପଲତା ବିଶ୍ବାଳ (ଝୁମା)। ସୋସିଆଲ୍ ପ୍ଲାଟଫର୍ମ୍ ଟିକଟକରେ ଝୁମାଝୁମା ନାଁ’ ରେ ସେ ଖୁବ୍ ଆକ୍ଟିଭ୍ ଥିଲେ। ତେବେ, ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୁର ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିବା କୁହାଯାଉଥିବା ବେଳେ, ଏହାକୁ ବିରୋଧ କରି ଯୁବତୀଙ୍କ ପରିବାରର ସଦସ୍ୟ ତାଙ୍କୁ ହତ୍ୟା କରିବା ପରେ କିଛି ସହଯୋଗୀଙ୍କ ସହ ମିଶି ରାତାରାତି ଶବକୁ ପୋଡ଼ି ଦେଇଥିଲେ ବୋଲି କୁହାଯାଉଛି। ଶବକୁ ଦରପୋଡ଼ା ଛାଡ଼ିଯିବାକୁ ନେଇ ହିଁ ହତ୍ୟା ସନ୍ଦେହ ବେଶି ସୃଷ୍ଟି ହେଉଛି। ସ୍ଥାନୀୟ ଜନ ପ୍ରତିନିଧି ସରପଞ୍ଚଙ୍କ ଘର ଅତି ନିକଟରେ ଘଟଣାଟି ଘଟିଛି। କିନ୍ତୁ, ଘଟଣାଟିକୁ ଚାପି ଦେବାକୁ ଏକ ବଡ଼ ଧରଣର ଉଦ୍ୟମ ଏବଂ ବଡ଼ ଡିଲ୍ ହୋଇଥିବା କୁହାଯାଉଛି। ହତ୍ୟା ନୁହେଁ, ଯୁବତୀଙ୍କୁ ସାପ କାମୁଡ଼ି ଦେବାରୁ ମୃତ୍ୟୁ କିମ୍ବା କୌଣସି ଅସୁସ୍ଥତା କାରଣରୁ ମୃତ୍ୟୁ ରୂପ ଦେଇ ହତ୍ୟା ଦିଗଟିକୁ ସଂପୂର୍ଣ୍ଣ ଲୁଚାଇ ଦେବାକୁ ଉଦ୍ୟମ ହୋଇଥିବା କୁହାଯାଉଛି। ଘଟଣାକୁ ନେଇ ଏ’ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି।/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.