Home ଓଡ଼ିଶା ଯୋଡା : ୨ଟି ପୃଥକ ଘଟଣାରେ ୭ ଅଭିଯୁକ୍ତ ଗିରଫ

ଯୋଡା : ୨ଟି ପୃଥକ ଘଟଣାରେ ୭ ଅଭିଯୁକ୍ତ ଗିରଫ

214

ଯୋଡା, ୧୪ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବଡବିଲ ଥାନାରେ ୨ଟି ପୃଥକ ଘଟଣାରେ ୭ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ଏକ ହିରୋ ହୁଣ୍ଡା ମୋଟରସାଇକେଲ ଓଡି-୦୯ଏ-୭୨୩୬କୁ ଚୋରି କରିନେଇଥିବା ଅଭିଯୋଗରେ ବଡବିଲସ୍ଥିତ ସୋୟାବାଲିର ଭିଷ୍ମ ପାତ୍ର (୨୭), କାରାକୋହ୍ଲ ର ମନୋଜ ମୁଣ୍ଡା (୨୨), ବଡବିଲ ଉପେନ ବସ୍ତିର ଏସ୍‌.କେ. ଲଟୁ (୨୭) ଏବଂ ଚନ୍ଦନ କାରୁଆ (୨୩)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଚୋରି ମୋଟରସାଇକେଲଟି ଜବତ ହୋଇଛି । ଯୋଡା ଥାନା ଅନ୍ତର୍ଗତ କୁଲଡୁମର ରାଜେଶ ମହାକୁଡ ନାମକ ଜଣେ ଯୁବକଙ୍କ ଏତଲା ମୁତାବକ ଏହି ଗିରଫ କରାଯାଇଥିବା ଜଣାପଡିଛି । ଅନ୍ୟ ଏକ ଘଟଣାରେ ବଡବିଲସ୍ଥିତ ଠାକୁରାଣୀ ଠାରେ ଥିବା ଏକ ଏୟାରଟେଲ ଟାୱାରରୁ ପ୍ରାୟ ୪୦ ମିଟର ଲମ୍ବ ତମ୍ବା ତାର କାଟି ନେଇ ଅନ୍ୟ ଏକ ସ୍ଥାନରେ ବିକ୍ରି କରିଥିବା ଅଭିଯୋଗରେ ବଡବିଲ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏୟାରଟେଲ ଟାୱାର ଟେକ୍ନିସିଆନ କ୍ଷୀରୋଦ କୁମାର ପଣ୍ଡାଙ୍କ ଅଭିଯୋଗକ୍ରମେ ଏହି ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତମାନେ ହେଲେ ବଡବିଲସ୍ଥିତ ସେଡିଙ୍ଗ ବସ୍ତିର ଶ୍ରୀନାଥ କାରୁଆ (୨୨), ମହାନ୍ତ ବସ୍ତିର ଅମୂଲ୍ୟ ଦାସ (୨୫), ଅଲ୍ଲି ବସ୍ତିର ଏମ୍‌.ଡି. ଜିସାନ (୨୮) । ଏମ୍‌.ଡି. ଜିସାନଙ୍କ ବଡବିଲ ସ୍ଥିତ ନିୟୁ ମାର୍କେଟରେ ଏକ ଦୋକାନ ରହିଛି । ଏହି ତମ୍ବା ତାରକୁ ସେ କିଣିଥିବା ବେଳେ ତାଙ୍କ ଠାରୁ ଏହା ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.