Home ଅପରାଧ ଗାଁରେ  ନିଆଁ ଲଗାଇ ଯୁବକ ଗିରଫ

ଗାଁରେ  ନିଆଁ ଲଗାଇ ଯୁବକ ଗିରଫ

17

ହାଟଡିହି-୧୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଆମ୍ବଗଡିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲଗାଇ ଜୀବନ ଯେନା ନାମକ ଜଣେ ଯୁବକ ଗିରଫ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ ଜୀବନ ଯେନା ନିଜ ଘରେ ପାଟିତୁଣ୍ଡ ଗରିବା ସହିତ ଗ୍ରାମର ଆରତ ଯେନାଙ୍କ ଘରେ ନିଆଁ ଲଗାଇ ଦେଇଥିଲା । ଏଠାରେ ଅନେକ ଚାଳଘର ଲଗାଲଗି ହୋଇ ରହିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ । ବହୁ କଷ୍ଟରେ ଗ୍ରାମବାସୀମାନେ ନିଆଁକୁ ଆୟତ କରିବା ସହିତ ହାଟଡିହି ଅଗ୍ନିଶମ ବିଭାଗକୁ ଜଣାଇବାପରେ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ଜୀବନ ଦିନ ତମାମ ଗାଁରେ ଉନ୍ମତ ହୋଇ ଗ୍ରାମରେ ବିଭିନ୍ନ ଅଘଟଣ ଘଟାଉଥିବାରୁ ଗ୍ରାମବାସୀମାନେ ବାଧ୍ୟହୋଇ ଆନନ୍ଦପୁର ଥାନାକୁ ଜଣାଇବାପରେ ଆନନ୍ଦପୁର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ଜୀବନ ଯେନାକୁ ଗିରଫ କରିଥିଲା । ଥାନା ତଦନ୍ତକାରୀ ଅଧିକାରୀ ପ୍ରଫୁଲ ସେଠୀ ଆନନ୍ଦପୁର ଥାନା କେସନଂ୦୬/୨୦୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.