Home ଓଡ଼ିଶା ଗହଳିକୁ ଦୃଷ୍ଟିରେ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ଗହଳିକୁ ଦୃଷ୍ଟିରେ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି

100

ଭୁବନେଶ୍ଵର,୦୪/୧୦,

ପୁଣି ବର୍ଷକ ପରେ ଆସିଛନ୍ତି ମା’ । ସେଥିପାଇଁ ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ସବୁ ଜାଗାରେ ପୂଜା ପାଉଛନ୍ତି ଦୁର୍ଗତି ନାସିନୀ ମା ଦୁର୍ଗା । ତେବେ ପୂଜାରେ ହେବାକୁ ଗହଳିକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି ।

ଶାରଦୀୟ ଦୁର୍ଗାପୂଜା ପାଇଁ ଭୁବନେଶ୍ୱରର ବିଭିନ୍ନ ରାସ୍ତା ଗୁଡିକରେ ଜନସାଧାରଣ ଓ ଯାନବାହାନର ମାତ୍ରାଧିକ ଚଳାଚଳ ଏବଂ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ତେବେ ଏହି କଟକଣା ଅକ୍ଟୋବର ୪ ରୁ ୮ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ । ଅପରାହ୍ନ ୪ ଟାରୁ ରାତି ୨ ଟା ପର୍ଯ୍ୟନ୍ତ  କଡାକଡି ଟ୍ରାଫିକ୍‌ ବ୍ୟବସ୍ଥା ରହିବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି । ନିୟମ ଭଙ୍ଗ କଲେ ୫୦୦ ଟଙ୍କା ଜରିମାନା ଭରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.