Home ଓଡ଼ିଶା ଗଜପତି ଜିଲ୍ଲାରେ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ

ଗଜପତି ଜିଲ୍ଲାରେ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ

300

ଗଜପତି,୦୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଗତ ଦୁଇ ଦିନ ଧରି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମୋହନା ବ୍ଳକରେ ଏହାର ପ୍ରକୋପ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ବାଲିପଙ୍କ ଅସ୍ଥାୟୀ ପୋଲ ଉପରେ ୩ଫୁଟର ପାଣି ପ୍ରବାହିତ ହେଉଛି।

ଫଳରେ ଅନ୍ତରା ଠାରୁ ଚନ୍ଦ୍ରଗିରି,ଚାନ୍ଦିପୁଟକୁ ଯାତାୟତ ଠପ୍ ହୋଇଯାଇଛି । ଏହି ପୋଲ ନିର୍ମାଣ ଚାଲିଥିବାବେଳେ ଗତ ତିତିଲି ବାତ୍ୟାରେ ପୋଲଟି କ୍ଷତିଗ୍ରସ୍ତ ହୋଇଥିଲା । ଲୋକଙ୍କ ଯାତାୟତ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲା ପ୍ରଶାସନ । ଖବର ପାଇ ମୋହନା ବିଡିଓ ବଂଶୀଧର ଖୋସଲା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଖୁବଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା କରି ପୋଲ ନିର୍ମାଣ କରାଯିବ ବୋଲି କହିଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.