Home ଓଡ଼ିଶା ଖାଉଟି କାର୍ଡଧାରୀମାନେ ‘ଫନି’ ସହାୟତା ପାଇବା ସରକାରଙ୍କ ଘୋଷଣା ପ୍ରମାଦପୂର୍ଣ୍ଣ :ବିଜେପି

ଖାଉଟି କାର୍ଡଧାରୀମାନେ ‘ଫନି’ ସହାୟତା ପାଇବା ସରକାରଙ୍କ ଘୋଷଣା ପ୍ରମାଦପୂର୍ଣ୍ଣ :ବିଜେପି

1728

ବିଜେପି ପକ୍ଷରୁ ବାତ୍ୟା ବିପନ୍ନ ଅଚଂଳରେ ରିଲିଫ୍ ବଂଟନ
ଭୁବନେଶ୍ୱର, ୧୧/୦୫ (ଓଡ଼ିଆ ପୁଅ) : ଖାଉଟି କାର୍ଡ ଥିବା ଲୋକଙ୍କୁ ୫୦ କେ.ଜି ଚାଉଲ ଏବଂ ଦୁଇ ହଜାର ଟଙ୍କା ସହାୟତା ଘୋଷଣା ରାଜ୍ୟସରକାରଙ୍କ ଅଦୂରଦର୍ଶିତା ନୁହେଁ ବରଂ ସଂପୂର୍ଣ୍ଣ ପ୍ରମାଦପୂର୍ଣ୍ଣ। ରାଜ୍ୟ ସରକାର ତୁରନ୍ତ ଏଭଳି ଭୁଲ ନିଷ୍ପତିକୁ ପ୍ରତ୍ୟାହାର କରି ସମସ୍ତ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରନ୍ତୁ ବୋଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଜଗଦେବ ଦାବି କରିଛନ୍ତି।

ବାତ୍ୟାର ୮ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଆବଶ୍ୟକ ରିଲିଫ୍ ସାମଗ୍ରୀ, ଶୁଖିଲା ଖାଦ୍ୟ, ପିଇବା ପାଣି ଏବଂ ଔଷଧ ବାତ୍ୟା ବିପନ୍ନଙ୍କ ପାଖରେ ପହିଚିଂପାରିନାହିଁ। ଏଥି ସହ ଉଡି ଯାଇଥିବା ସମସ୍ତ ଛାଳ ଘର ଏବଂ ଆଜବେଷ୍ଟ ଘରକୁ ପଲିଥିନ ଯୋଗାଇବା ସହ ରାଜ୍ୟସରକାର ସେମାନଙ୍କୁ ପକ୍କା ଘର ଯୋଗାଇବାକୁ ଶ୍ରୀ ଜଗଦେବ ଦାବି କରିଛନ୍ତି।

ରାଜ୍ୟସରକାର ତାଲିକା ଦେଲେ ୨୦୨୨ ମସିହା ସୁଦ୍ଧା କେନ୍ଦ୍ର ସରକାର ସମସ୍ତ କଚ୍ଚା ଘରକୁ ପକ୍କାଘର ଯୋଗାଇ ଦେବେ ବୋଲି ଶ୍ରୀ ଜଗଦେବ କହିଛନ୍ତି।

ବିଜେପି ପକ୍ଷରୁ ପୁରୀ ଜିଲ୍ଲାର କଣାସ, ପୁରୀ ସଦର, ସତ୍ୟବାଦୀ ଓ ବ୍ରହ୍ମଗିରି ପ୍ରଭୃତି ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ଗ୍ରାମପଚାଂୟତରେ ବିପନ୍ନମାନଙ୍କୁ ପଲିଥିନ, ରନ୍ଧା ଖାଦ୍ୟ, ବିସ୍କୁଟ, ମହମବତୀ ଏବଂ ପିଇବା ପାଣି ଆଦି ରିଲିଫ୍ ସାମଗ୍ରୀ ବଂଟନ କରାଯାଇଥିଲା। ଏହି ରିଲିଫ ବଂଟନ କାର୍ଯ୍ୟରେ କୃଷ୍ଣ ଜଗଦେବ, ବିଶ୍ୱଜିତ ବଡଜେନା, ଲକ୍ଷ୍ମୀଧର ଜଗଦେବ, ମହେଶ୍ୱର ବୈରୀଗଜଂନ, ସୁଶୀଲକାନ୍ତ ରାଉତ, ଜିଷ୍ମୁଜୟ ମତଗଜସିଂ, ପ୍ରତାପ ଦାସ, ତୁରଣ ସ୍ୱାଇଁ, ସୁବତ୍ର ପ୍ରଧାନ ଏବଂ ଉଲ୍ଲାସ ସାମନ୍ତରାୟ ପ୍ରମୁଖ ନେତୃତ୍ୱ ନେଇଥିଲେ। ବାତ୍ୟାର ଦ୍ୱିତୀୟ ଦିନରେ ହିଁ ନୂଆଁ ଜଗନ୍ନାଥ ସଡକ ସମେତ ବିଭିନ୍ନ ରାସ୍ତାରେ ପଡିଥିବା ଗଛ ସବକୁ ବିଜେପିର କର୍ମକର୍ତାମାନେ ଗଛକୁ କାଟି ରାସ୍ତା ଅବରୋଧକୁ ହଟାଇଥିଲେ।

ଗତକାଲି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ ଓ କଣାସ ବ୍ଲକ ପରିଦର୍ଶନ କରିବା ସହ ବାତ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.