Home ଓଡ଼ିଶା ଖରା ଛୁଟିରେ ଘରୋଇ ସ୍କୁଲ ଖୋଲା ଥିଲା

ଖରା ଛୁଟିରେ ଘରୋଇ ସ୍କୁଲ ଖୋଲା ଥିଲା

2524

ରାଉରକେଲା ୨୦-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ମୌସୁମି ଆସିବାରେ ବିଳମ୍ବ ତଥା ରାଉରକେଲା ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା କାରଣରୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଛୁଟିକୁ ୨୫ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା। ୨୬ ତାରିଖରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶାନାମା ଜାରି ହୋଇଥିଲେ ସୁଦ୍ଧା ରାଉରକେଲା ସମେତ ଦକ୍ଷିଣ ରାଉରକେଲା ଅଂଚଳରେ ଏହି ନିୟମର ବ୍ୟତିକ୍ରମ ହେବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଅବଶ୍ୟ ପାଣିପାଗରେ ପରିବର୍ତ୍ତନକୁ ଦେଖି ସରକାର ଆସନ୍ତା କାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ଘରୋଇ ସ୍କୁଲ ଆଜି ଖୋଲା ରହିଥିବା ଦେଖିବାକୁ ମିଳିଥିଲା। କୋମଳମତି ଛାତ୍ରଛାତ୍ରୀମାନେ ସ୍କୁଲ ନିୟମ ଯୋଗୁ ବାଧ୍ୟରେ ପାଠ ପଢିବାକୁ ଆସିଥିଲେ! ଏନେଇ କିଛି ଅଭିଭାବକ ମହଲରେ ତ୍ରୀବ ପ୍ରତିକ୍ରୀୟା ପ୍ରକାଶ ପାଇବା ସହିତ ସ୍କୁଲ ପକ୍ଷରୁ କିଭଳି ସରକାରୀ ନିୟମ ପାଳନ କରାଗଲା ନାହିଁ, ଏହା ବୁଦ୍ଧିଜିବୀ ମହଲରେ ତ୍ରୀବ ସମାଲୋଚନାର ବିଷୟ ବସ୍ତୁ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.