Home ଓଡ଼ିଶା ଗଭୀର ଖାଲକୁ ଖସି ପଡ଼ିଲା ବସ, ୨୦ ଜଣଙ୍କର ମୃତ୍ୟୁ

ଗଭୀର ଖାଲକୁ ଖସି ପଡ଼ିଲା ବସ, ୨୦ ଜଣଙ୍କର ମୃତ୍ୟୁ

3266

ହିମାଞ୍ଚଳ ପ୍ରଦେଶର କୁଲ୍ଲୁ ବଡ଼ ବସ୍ ଦୁର୍ଘଟଣା

କୁଲ୍ଲୁ ୨୦-୬ (ଓଡ଼ିଆ ପୁଅ) ହିମାଞ୍ଚଳ ପ୍ରଦେଶର କୁଲ୍ଲୂ ରେ ଏକ ବଡ଼ ବସ୍ ଦୁର୍ଘଟଣା ହୋଇଯାଇଛି। ଏଠାରେ ଏକ ବସ ଖାଲକୁ ଖସି ପଡ଼ିଛି, ଯେଉଁଥିରେ ୨୦ ଲୋକମାନଙ୍କର ହୋଇଛି। ୩୦ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା କୁଲ୍ଲୂର ବଂଜାରରେ ହୋଇଛି।

ବସଟି କୁଲ୍ଲୂ ଜିଲ୍ଲାର ବଂଜାରରୁ ଏକ କିଲୋମିଟର ଆଗକୁ ଭିୟୋଠ ମୋଡ଼ ନିକଟରେ ଥିବା ୫୦୦ ଫୁଟ ଗଭୀର ଖାଲରେ ଖସିପଡ଼ିଛି। ବସ କୁଲ୍ଲୂରୁ ଗାଡ଼ାଗୁଶୈଣୀ ଯାଉଥିଲା। ଏଥିରେ ପ୍ରାୟତଃ ୪୦ ରେ ୫୦ ଲୋକ ଯାତ୍ରା କରୁଥିଲେ ବୋଲି ଆଶଙ୍କା କରାଯାଉଛି। ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ, ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟରେ ଲାଗିଛି। ନଦୀର ଜୋର ସ୍ରୋତ ମଧ୍ୟରେ ସ୍ଥାନୀୟ ଲୋକମାନଙ୍କର ସହାୟତା ରେସ୍କ୍ୟୁ ଅପରେଶନ ଚାଲିଛି।

ଦୁର୍ଘଟଣା ଏତେ ଭୟାନକ ଥିଲାଯେ, ବସଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଆହତ ୧୨ ମହିଳା, ୬ ବାଳିକା, ୭ ଶିଶୁ ଏବଂ ୧୦ଜଣ ଯୁବକଙ୍କୁ ରେସ୍କ୍ୟୁ କରାଯାଇଛି। କିଛି ଆହତମାନଙ୍କର ଅବସ୍ଥା ଗଂଭୀର ଗୁରୁତର ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.