Home କୋରାପୁଟ ପଟ୍ଟାଙ୍ଗୀ ଗ୍ରାମସଭାରେ ଜମି କିସମ ପରିବର୍ତ୍ତନକୁ ବିରୋଧ

ପଟ୍ଟାଙ୍ଗୀ ଗ୍ରାମସଭାରେ ଜମି କିସମ ପରିବର୍ତ୍ତନକୁ ବିରୋଧ

243

କୋରାପୁଟ ୨୦-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ସେରୁବନ୍ଧ ବକ୍ସସାଇଟ ଖଣି ଲିଜ ନାଲକୋକୁ ମିଳିଥିବା ବେଳେ ଜଙ୍ଗଳ ଜମିରୁ ଅଣଜଙ୍ଗଳ ଜମି କିସମ ପରିବର୍ତ୍ତନ କରିବା ନିମନ୍ତେ ଆଜି ପଟ୍ଟାଙ୍ଗୀ ପଂଚାୟତ ସମିତିରେ ସରପଂଚ ଭଗବାନ ଖରାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଆଗତ କରାଯାଇଥିଲା।କୋରାପୁଟର ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗୀ, ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର କାଡାମ, ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ବିଡିଓ କରୁଣାକର ପ୍ରଧାନ, ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ବସନ୍ତ କୁମାର ସାହୁ, ତହସିଲଦାର ଡ. ଅରୁଣ କୁମାର ଖଣ୍ଡା, ଜିଲ୍ଲାପରିଷଦ ସଭ୍ୟ ଶୁକ୍ରା ଖରା, ଚିକୁ ଦାସ, କଂଗ୍ରେସ ନେତା ଅର୍ଜୁନ ବାଙ୍କା, ନରସିଂହ ବେହେରା, କାର୍ତିକ ଖିଲ, ରବି ଖରା, ଗୋବିନ୍ଦ ଖରା, ମାଳିପର୍ବତ ସୁରକ୍ଷା ସମିତିର ଦଶରଥ ଖିଲ, କୋରାପୁଟିଆ ଜନ ସୁରକ୍ଷା ସଂଘର ଦାସି ନନ୍ଦିବାଲି, ପୂର୍ଣ୍ଣ ଜାନି ପ୍ରମୁଖ ଉପସ୍ଥିତ ରହି ଜମି କିସମ ପରିବର୍ତ୍ତନକୁ ବିରୋଧ କରିଥିଲେ।ତତସହିତ ଖଣି ଖନନକୁ ମଧ୍ୟ ବିରୋଧ କରାଯାଇଥିଲା।ନାଲକୋ ପାରିପାର୍ଶିକ ବିକାଶ ନିମନ୍ତେ କି କି କାମ କରିଛି ତାହାର ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମକୁ ପିଇଓ ଦିବାକର ପୂରୋହିତ ପରିଚାଳନା କରିଥିବା ବେଳେ ଜିଆରଏସ ଅନିତା ଦାସ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.