Home ଓଡ଼ିଶା କୋରାପୁଟ ଜିଲ୍ଲା ମ୍ୟାଲେରିଆ ଦମନକ୍ଷେତ୍ରରେ ଅନ୍ୟରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛି

କୋରାପୁଟ ଜିଲ୍ଲା ମ୍ୟାଲେରିଆ ଦମନକ୍ଷେତ୍ରରେ ଅନ୍ୟରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛି

75

– ପ୍ରତ୍ୟେକ ଗୁରୁବାର ଦିନ ଗାଁ କଲ୍ୟାଣ ସମିତି ବୈଠକ
– ପ୍ରତ୍ୟେକ ରାତ୍ରୀରେ ମଶାରୀ ବାନ୍ଧିବା ନିମନ୍ତେ ଘଂଟା ବାଡେଇବା
– ପେଟ୍ରୋଲିଂ କରିବା

କୋରାପୁଟ ୧୮-୦୭-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ପ୍ରଶାସନ ମ୍ୟାଲେରିଆ ଦମମ କ୍ଷେତ୍ରରେ ଏପିଆ-୧୦ କାର୍ଯ୍ୟକ୍ରମ କରି ରୋଗୀ ସଂଖ୍ୟା ହ୍ରାସ କରିବା ଓ ମୃତ୍ୟୁ ସଂଖ୍ୟା ଶୁନ କରି ଦେଶର ଅନ୍ୟରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।

ପୂର୍ବରୁ କୋରାପୁଟ ମ୍ୟାଲେିରିଆ ପ୍ରକୋପ ଜିଲ୍ଲା ଭାବେ ରହିଥିଲା।ଦଶମନ୍ତପୁର, ନାରାୟଣପାଟଣା, ପଟ୍ଟାଙ୍ଗୀ, ବନ୍ଧୁଗାଁ ଓଲକ୍ଷ୍ମିପୁର ପ୍ରଭୃତି ବ୍ଲକରେ ସଚେତନତା ଅଭାବରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ଓ ଅନେକ ରୋଗୀ ମୃତ୍ୟୁବରଣ କରୁଥିଲେ।ଗତ ୨ ବର୍ଷ ତଳେ ପ୍ରତି ୧ ହଜାର ଲୋକଙ୍କ ମଧ୍ୟରେ ୨୯ ଜଣ ମ୍ୟାଲେରିଆ ରୋଗରେ ପୀଡିତ ହେଉଥିଲେ।କୋରାପୁଟ ଜିଲ୍ଲାରେ ମ୍ୟାଲେରିଆକୁ ନିୟନ୍ତ୍ରନ କରିବାକୁ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଅଭିଯାନ ଏପିଆ-୧୦ ଗତ ୨୦୧୭ ଜୁଲାଇ ମାସରେ ଶୁଭାରମ୍ଭ କରିଥିଲେ।ଜିଲ୍ଲାରେ ପ୍ରତି ହଜାରେ ଲୋକଙ୍କ ଭିତରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୧୦ ତଳକୁ ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରିଥିଲେ।ଜିଲ୍ଲାରେ ୧୫ ଲକ୍ଷ ଓ୍ୟଷଧିୟ ମଶାରୀ ବଟଂନ କରାଯାଇଥିଲା।ମଶାରୀ ସଂପର୍କରେ ଗାଁ କଲ୍ୟାଣ ସମିତିର ସଦସ୍ୟ /ସଦସ୍ୟା ଙ୍କୁ ସଚେତନ କରାଯାଇଥିଲା।ଲକ୍ଷ୍ମିପୁର, ନାରାୟଣପାଟଣା .ବନ୍ଧୁଗାଁ, ଲମତାପୁଟ, ଦଶମନ୍ତପୁର ବ୍ଲକର ୩୯୩ ଟି ଗ୍ରମରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅଧିକା ଥିବାରୁ ପ୍ରାଥମିକ ଭାବରେ ଏପିଆ-୧୦ ଆରମ୍ଭ କରାଯାଇଥିଲା।ପ୍ରତ୍ୟେକ ଗୁରୁବାର ଦିନ ଗାଁ କଲ୍ୟାଣ ସମିତିର ଆଶା, ଅଙ୍ଗନବାଡି କର୍ମିମାନେ ବୈଠକ କରି ରୋଗର ଭୟାବହିତା ସଂପର୍କରେ ଗ୍ରାମବାସୀମାନଙ୍କୁ ସଚେତନତା କରନ୍ତି।ରାତ୍ରୀ ୮ ଟା ସମୟରେ ଆଶା ଓ ଅଙ୍ଗନବାଡି କର୍ମିମାନେ ଘଂଟା ବାଡାନ୍ତି।ଯଦ୍ୱରା ଗ୍ରାମବାସୀଙ୍କୁ ମଶାରୀ ବାନ୍ଧିବାକୁ ଏହି ସମୟ ସୂଚାଇ ଦେଇଥାଏ। ଗ୍ରାମବାସୀମାନେ ମଶାରୀ ବାନ୍ଧୁଛନ୍ତି କି ନାହିଁ ତାହା ତଦାରଖ କରିବାକୁ ଘରକୁ ଘର ଯାଇ ପେଟ୍ରୋଲିଂ କରନ୍ତି।ଏହା କରିବା ଦ୍ୱାରା ଏପିଆଇ-୧୦ ଯୋଜନା ସଫଳତା ନେଇପାରିଛି।ଏବେ ରୋଗୀ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇ ମ୍ୟାଲେରିଆ ନିୟ୍ ତ୍ରଣ କ୍ଷେତ୍ରରେ ଦେଶର ସର୍ବଶେଷ୍ଟ ୧୦ ଟି ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲା ସ୍ଥାନ ପାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ମ୍ୟାଲେରିଆ ନିୟନ୍ତ୍ରଣ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂଶା କରିଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପାଳ ଦିଲ୍ଲୀ ଯାଇ ମ୍ୟାଲେରିଆ ନିୟତ୍ରନ କିପରି କରାଯାଇଛି ତାହା ଉପରେ ଉପସ୍ଥାପନ କରିବେ ବୋଲି ଜଣାପଡିଛି।ପୂର୍ବରୁ ହଜାରେ ଲୋକଙ୍କ ଭିତରୁ ୨୯ ଜଣଙ୍କ ଦେହରେ ମ୍ୟାଲେରିଆ ଭୂତାଣୁ ବାହାରୁଥିଲା ଏବେ ତାହା ହ୍ରାସପାଇ ୪.୫କୁ ଆସିଛି ବୋଲି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।୨୦୧୭ରେ ମ୍ୟାଲେରିଅରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଯୋଜନାର ସଫଳତା ପାଇଁ ତା ପରେ କାହାରି ଜିବନ ଯାଇନାହିଁ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ଜିଲ୍ଲା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଥିବାରୁ ଏହା ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇ ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.