Home ଓଡ଼ିଶା କୋରାପୁଟ ଜିଲ୍ଲା ପରିଷଦର ଭାରପ୍ରାପ୍ତ ସଭାପତି ହେଲେ ତୁଲସୀ କିରସାନି

କୋରାପୁଟ ଜିଲ୍ଲା ପରିଷଦର ଭାରପ୍ରାପ୍ତ ସଭାପତି ହେଲେ ତୁଲସୀ କିରସାନି

562

କୋରାପୁଟ ୧୨-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପରିଷଦର ଭାରପ୍ରାପ୍ତ ସଭାପତି ଭାବେ ତୁଲସୀ କିରସାନିଙ୍କୁ ପରିଷଦର ସଭ୍ୟ/ସଭ୍ୟାମାନେ ଆଜି ଏକ ସ୍ୱତନ୍ତ୍ର ବୈଠକରେ ଅନୁମୋଦନ କରିଥିଲେ। କୋରାପୁଟର ଭାରପ୍ରାପ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନିଙ୍କ ଇସ୍ତଫାକୁ ଗୃହୀତ କରାଯାଇଥିଲା। ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ପ୍ରଭୁ ଜାନି ନିର୍ବାଚିତ ହେବା ପରେ ଜିଲ୍ଲା ପରିଷଦ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ତଥା କୋଟପାଡ ବିଧାୟକ ପଦ୍ମିନୀ ଦିଆନ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଦାୟକ ପିତମ ପାଢୀ, ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି, କୋରାପୁଟ ସାଂସଦଙ୍କ ପ୍ରତିନିଧି ରାମଚନ୍ଦ୍ର କାଡାମ ପ୍ରମୁଖଙ୍କୁ ଜିଲ୍ଲା ପରିଷଦ ଭାରପ୍ରାପ୍ତ ସଭାପତି ପୁଷ୍ପଗୁଛ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲାରେ ହେଉଥିବା ଦୁର୍ନିତିକୁ ରୋକି ବିକାଶ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ଜୟପୁର ବିଧାୟକ ଶ୍ରୀ ବାହିନିପତି ଆଲୋକପାତ କରିଥିଲେ। କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟର ଉପ-ନିର୍ଦ୍ଦେଶକ ଲକ୍ଷ୍ମିଧର ବିଶ୍ୱାଲ, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ କେ.କେ.ନନ୍ଦ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ପ୍ରମୁଖଙ୍କ ସହ ଜିଲ୍ଲା ପରିଷଦର ସଭ୍ୟ /ସଭ୍ୟାମାନେ ଉପସ୍ଥିତ ଥିଲେ।ସଭାପତି ନିର୍ବାଚନ ପର୍ଯ୍ୟନ୍ତ ଜିଲ୍ଲାପରିଷଦର ଉପସଭାପତି ତୁଲସୀ କିରସାନି ଭାରପ୍ରାପ୍ତ ସଭାପତିଭାବେ କାର୍ଯ୍ୟ ତୁଲାଇବେ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.