Home କୋରାପୁଟ କୋରାପୁଟ ଜିଲ୍ଲାରେ କୋଭିଡ ଟୀକାକରଣର ଶୁଭାରମ୍ଭ /ପ୍ରଥମ ପର୍ଯ୍ୟାୟର ଟୀକାକରଣ ଫେର୍ବୁଆରୀ ୧ ତାରିଖ ସୁଦ୍ଧା...

କୋରାପୁଟ ଜିଲ୍ଲାରେ କୋଭିଡ ଟୀକାକରଣର ଶୁଭାରମ୍ଭ /ପ୍ରଥମ ପର୍ଯ୍ୟାୟର ଟୀକାକରଣ ଫେର୍ବୁଆରୀ ୧ ତାରିଖ ସୁଦ୍ଧା ଶେଷ ହେବ-ସିଡିଏମଓ

16

କୋରାପୁଟ ; ତା୧୬-୦୧(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ , ସହରାଂଚଳ ପ୍‌ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ଗାନ୍ଧିନଗର , କୋରାପୁଟ ସଦର ମହକୁମା ଡାକ୍ତରକାନା ,ଜୟପୁର ଏବଂ ବୋରିଗୁମ୍ମା ଓ ମାଥାଲପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକାକରଣର ଶୁଭାରମ୍ଭ ହୋଇଯାଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଭର୍ଚୁଆଲରେ ସମ୍ବୋଧନ କରିବା ସହ କୋଭିଡ ଟୀକାକରଣର ଶୁଭାରମ୍ଭ କରିବା ପରେ କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଗାନ୍ଧିନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାସ୍ତରୀୟ ଟୀକାକରଣର ଉଦଘାଟନ କରାଯାଇଥିଲା ।ଝାଡୁଦାର ପଦ୍ମନ ହିରିଜନ ପ୍ରଥମ ଟୀକା ନେଇଥିଲେ ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ,ଏଡିପିଏଚଓ(ମ୍ୟାଲେରିଆ)ଡାକ୍ତର ଏସ.ଦାସ ,ଡାକ୍ତର ଆର.ଦାସ , ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ , ଜିଲ୍ଲା  ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ , ବେସାମରିକ ପ୍ରତିରକ୍ଷା ବାହିନୀର ଉପନିୟନ୍ତ୍ରକ ରମାନାଥ ମିଶ୍ର , ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଟୀକା କେନ୍ଦ୍ର ବୃଦ୍ଧି କରାଯାଇ ଆସିଥିବା ୮୩୦୦ ଡୋଜ କୋଭିଡ ଟୀକା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର  ସୂଚନା ଦେଇଛନ୍ତି ।ପ୍ରଥମ ପର୍ଯ୍ୟାୟରେ ରହିଥିବା ୧୨୩୦୦ ଜଣ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କର୍ମିମାନଙ୍କୁ ଆସନ୍ତା ମାସ ଫେର୍ବୁଆରୀ  ୧ ତାରିଖ  ସୁଦ୍ଧା ଟୀକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବେଉରା ପ୍ରକାଶ କରିଛନ୍ତି ।ପ୍ରଥମେ ଟୀକା ନେବା ପୂର୍ବରୁ ଭୟ ଲାଗୁଥିଲା କିନ୍ତୁ  ଟୀକା ନେବାପରେ ଭୟ ନାହିଁ ବୋଲି ପ୍ରଥମ ଟୀକା ନେଇଥିବା ପଦ୍ମନ ହରିଜନ ପ୍ରକାଶ କରିଥିଲେ । ପ୍ରତୀକ୍ଷା ଗୃହରେ ୩୦ ମିନିଟ ରହିବା ଭିତରେ କୈାଣସି ପାଶ୍ୱ ପ୍ରତିକ୍ରୀୟା ଅନୁଭୂତି ହୋଇ ନ ଥିଲା ବୋଲି ସେ ସୂଚନା ଦେଇଥିଲେ ।
ସେହିପରି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଟୀକାକରଣର ଶୁଭାରମ୍ଭ ହୋଇଯାଇଛି ।ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ଓ ଏଡିପିଏଚଓ(ପରିବାର କଲ୍ୟାଣ) ଡାକ୍ତର ନୀଳମାଧବ ଶତପଥି ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଡାକ୍ତର ଶୁଭାଶିଷ ପାତ୍ର ପ୍ରଥମ ଟୀକା ନେଇଥିଲେ ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ , ହସପିଟାଲ ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ ,କୋଭିଡ ଟୀକାକରଣ ନୋଡାଲ ଅଧିକାରୀ ଡାକ୍ତର ଅରବିନ୍ଦ , ହସପିଟାଲ ମ୍ୟାନେଜର ଅଭିରାମ ସାହୁ ଓ ଶୁଭେନ୍ଦୁ ପଣ୍ଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.