Home କୋରାପୁଟ କୋରାପୁଟ କୋଭିଡ ହସପିଟାଲରେ ଏ ପର୍ଯ୍ୟନ୍ତ୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ

କୋରାପୁଟ କୋଭିଡ ହସପିଟାଲରେ ଏ ପର୍ଯ୍ୟନ୍ତ୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ

52

କୋରାପୁଟ ୦୬-୦୧(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସ୍ଥାପିତ ଉତ୍ସର୍ଗୀକୃତ କୋଭିଡ ହସପିଟାଲରେ ଏ ପର୍ଯ୍ୟନ୍ତ ୯ ଜଣ ରୋଗୀ ଭର୍ତି ହୋଇ ଚିକିତ୍ସିତ ହେଉଥିବା ଏଏମଓ ଡାକ୍ତର ଶିବାଶିଷ ପାତ୍ର ସୂଚନା ଦେଇଛନ୍ତି ।ସେଥିମଧ୍ୟରୁ କୋରାପୁଟ ମେଡିକାଲ କଲେଜର ୭ ଜଣ ଭର୍ତି ହୋଇ ଚିକିତ୍ସିତ ହେଉଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ କୋଭିଡ ହସପିଟାଲରେ ୭୦ ଟି ଶଯ୍ୟା ରହିଥିବା ବେଳେ ୧୯ ଟି ଶଯ୍ୟାରେ ଆଇସିୟୁ ଓ ୧୯ ଟି ଶଯ୍ୟାରେ ଭେଂଟିଲେଟର ରହିଥିବା ସେ ସୂଚନା ଦେଇଛନ୍ତି ।ଅକ୍ସିଜେନ ଗ୍ୟାସ ସିଲିଣ୍ଡର ମହଜୁଦ ରହିଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.