Home ଓଡ଼ିଶା କୋରାପୁଟରୁ ରାୟଗଡା ଜାତୀୟ ରାଜପଥରେ ପୋଲ ଭୁଷୁଡିଲା, ଯାତାୟାତ ବାଧାପ୍ରାପ୍ତ

କୋରାପୁଟରୁ ରାୟଗଡା ଜାତୀୟ ରାଜପଥରେ ପୋଲ ଭୁଷୁଡିଲା, ଯାତାୟାତ ବାଧାପ୍ରାପ୍ତ

24

କୋରାପୁଟ ୧୬-୦୮(ଓଡିଆ ପୁଅ/ରଞ୍ଜନ ଦାସ)କୋରାପୁଟ ଠାରୁ ରାୟଗଡା ଯାଉଥିବା ଜାତୀୟ ରାଜପଥର ବଙ୍ଗଳାଗୁଡା ଓ ଲେନ୍ଦ୍ରୀମାଲିଗୁଡ଼ା ମଝିରେ ଥିବା ବହୁ ପୁରୁଣା ପୋଲଟି ଆଜି ଅପରାହ୍ନରେ ଭୁଷୁଡି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।କୋରାପୁଟ ବ୍ଲକର ମସ୍ତିପୁଟ ପଞ୍ଚାୟତର ଗ୍ରାମବାସୀ ସହ ଲକ୍ଷ୍ମୀପୁର ବ୍ଲକ ବାସିନ୍ଦା ଏହି ପୋଲ ଦେଇ ସଦର ମହକୁମା ଯିବା ଆସିବା କରୁଥିବା ବେଳେ ପୋଲଟି ଭୁଷୁଡି ପଡିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖିନ ହେବେ ବୋଲି ମସ୍ତିପୁଟ ସରପଞ୍ଚ ଦୁର୍ଯ୍ୟ ମୁଦୁଲି ପ୍ରକାଶ କରିଛନ୍ତି।ତୁରନ୍ତ ଯାତାୟାତ ନିମନ୍ତେ ବିକଳ୍ପ ବ୍ୟବସ୍ଥା କରିବା ସହ ନୂତନ ପୋଲ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି। କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ପୋଲ ଭୁଶୁଡିବା ସଂପର୍କିତ ଖବର କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କୁ ଅବଗତ କରାଇଥିବା ସେ ସୂଚନା ଦେଇଛନ୍ତି। ସାଂସଦ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିବେ ବୋଲି ସେ ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦା ମାନେ ଏହି ବାଟ ଦେଇ କୋରାପୁଟ ସଦର ମହକୁମାକୁ ଜୀବନଜୀବିକା ନିମନ୍ତେ ଯାତାୟାତ କରିଥାନ୍ତି।ପୋଲ ଭୂଷିଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର, କୋରାପୁଟ ଏସପି ବରୁଣ ଗୁଣ୍ଟାପାଲ୍ଲୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପ କୁମାର, ସହକାରୀ ଯନ୍ତ୍ରୀ ଆର କେ ନାୟକ, କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀଙ୍କ ସହ ଜିଲ୍ଲାପାଳ ଓ ଏସପି ଆଲୋଚନା କରିଥିଲେ। ଲୋକମାନେ ବିପଦପୂର୍ଣ୍ଣ ଭାବେ ମଟରସାଇକେଲ ନେଇ ଯାଉଥିବା ବେଳେ ଶ୍ରମିକ ମାନେ ମଧ୍ୟ ବିପଦପୂର୍ଣ୍ଣ ଭାବେ ପୋଲ ତଳକୁ ଓହ୍ଲାଉ ଥିବା ନଜର କରଯାଇଥିଲା। ରାସ୍ତାଟି ବିପଦପୂର୍ଣ୍ଣ ଥିବାରୁ ପୋଲର ଦୁଇ ପାର୍ଶ୍ଵରେ ବେରିକେଡ କରିବାକୁ ଜିଲ୍ଲାପାଳ ଉପସ୍ଥିତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରୁର୍ବା ଫେରିବା ପରେ ପରେ ସୁନାବେଡା ଜାତୀୟ ରାଜପଥ ନିହୀ ଯନ୍ତ୍ରୀ ସୌମର୍ଜିନି ସେଠୀ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡିଛି। ଲଘୁଚାଜନିତ ଲଗାଣ ବର୍ଷା ହେବା ଦ୍ବାରା ପୋଲର ଗୋଟାଏ ଅଂଶ ମାଟି ଖାଇ ଯିବାରୁ ଏପରି ହେଲା ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତାକାଲି ବିଭାଗର ଏକ ଦଳ ଆସି ଅନୁଧ୍ୟାନ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଭାରିଯାନ ଗୁଡ଼ିକ କାକିରିଗୁମ୍ମାଠାରୁ ଦାମନଯୋଡି ଦେଇ କୋରାପୁଟ ଏବଂ ପୋଡଗଡ ଦେଇ ଆଲମୁଣ୍ଡା ଓ ମହଦେଇପୁଟ ରାସ୍ତା ଦେଇ ହାଲୁକା ଯାନ ଗୁଡ଼ିକ ଯାତାୟାତ ହେବ ବୋଲି କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.