Home Top News ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ୬୦ ପୁଟର ପୋଲ, କୋରାପୁଟ-ରାୟଗଡ଼ା ଯାତାୟାତ ବାଧାପ୍ରାପ୍ତ

ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ୬୦ ପୁଟର ପୋଲ, କୋରାପୁଟ-ରାୟଗଡ଼ା ଯାତାୟାତ ବାଧାପ୍ରାପ୍ତ

29

କୋରାପୁଟ : ୧୭/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଠାରୁ ରାୟଗଡ଼ା ଦେଇ ରାଜଧାନୀ ଭୁବନେଶ୍ବର ସଂଯୋଗ କରୁଥିବା ମୁଖ୍ୟଜାତୀୟ ରାଜପଥ ୩୨୬ ର ପୋଡ଼ାଗଡ ଅଞ୍ଚଳରବଙ୍ଗଳା ଗୁଡ଼ା ନିକଟସ୍ଥ ଳେନ୍ଦ୍ରୀ ମଳିଗୁଡ଼ା ମଧ୍ୟରେ ଥିବା ବହୁ ପୁରୁଣା ୬୦ ପୁଟ ଲମ୍ବର ପୋଲ ଗତକାଲି ସନ୍ଧ୍ୟାରେ ଭୁଶୁଡ଼ି ଭାଙ୍ଗିଯିବାରୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ ପୋଡ଼ାଗଡ଼ ଗ୍ରାମପଞ୍ଚାୟତର ବଙ୍ଗଳା ଗୁଡ଼ା ନିକଟସ୍ଥ ଳେନ୍ଦ୍ରୀ ମଳିଗୁଡ଼ା ମଧ୍ୟରେ ଥିବା ବହୁ ପୁରାତନ ପୋଲ ଲଗାଣ ବର୍ଷା ଯୋଗୁଁ ମାଟି ଧସି ଯିବାରୁ ପ୍ରାୟ ୬୦ପୁଟ ଲମ୍ବର ଏହି ପୋଲ ଖସିପଡିଛି। ଗତକାଲି ସନ୍ଧ୍ୟାରୁ କୋରାପୁଟ-ରାୟଗଡ଼ା ଯାତାୟାତ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଧ କରାଯାଇଛି। ତେବେ ଅସ୍ଥାୟୀ ରାସ୍ତା ନିର୍ମାଣ କରିବା ସହ ଭୁଶୁଡ଼ିଯାଇଥିବା ପୋଲକୁ ପୁନରୁଦ୍ଧାର କରାଯିବ ବୋଲି କୋରାପୁଟ ଜିଲାପାଳ ଶ୍ରୀ ଏମ୍ ଅବଦଲ ଅଖତର ସୂଚନା ଦେଇଛନ୍ତି। ତାହା ପୁଣି ଜାତୀୟ ରାଜପଥ ବିଭାଗ ପାଖରେ ସୂଚନା ନାହିଁ ବୋଲି ଖବର ସୂତ୍ରରୁ ଜଣାପଡ଼ିଛି। ତେବେ ଯାତାୟାତରେ ବାଧାପ୍ରାପ୍ତ ହେବାରୁ କୋରାପୁଟ -ସେମିଗୁଡ଼ା ଯାଇଥିବା ୨୬ନମ୍ବର ଜାତୀୟ ରାଜପଥରୁ ଦାମୋନ ଯୋଡ଼ି ଦେଇ କାକରି ଗୁମ୍ମା ବାହାରି ରାୟଗଡା କୁ ଯାତାୟାତ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.